ତୁମୁଡିବନ୍ଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା, ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ

Jul 28, 2026 - 22:22
 0  24
ତୁମୁଡିବନ୍ଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା, ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ

କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ୟାମ ସୁନ୍ଦର ବଡ଼ସେଠଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ତୁମୁଡିବନ୍ଧ ବସ୍ ଷ୍ଟାଣ୍ଡରୁ ବାହାରି ଆମ୍ବେଦକର ଛକ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରିଥିଲେ। ରାଲି ସମୟରେ କର୍ମୀମାନେ ପୋଲିସର ଦମନ ଲୀଳା ବନ୍ଦ କରିବା, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଭକ୍ତ ଚରଣ ଦାସଙ୍କ ବିରୋଧରେ ଗିରଫଦାରୀ ପଦକ୍ଷେପ ବନ୍ଦ କରିବା, ଶିକ୍ଷା ନୀତିରେ ପରିବର୍ତ୍ତନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ ସ୍ଲୋଗାନ ଦେଇଥିଲେ। ଏହି ରାଲିରେ ପୂର୍ବତନ କନ୍ଧମାଳ ସାଂସଦ ନକୁଳ ନାୟକ ଏବଂ ପୂର୍ବତନ ତୁମୁଡି଼ବନ୍ଧ ବ୍ଲକ କଂଗ୍ରେସ ସଭାପତି ଗିରିଶ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ତୁମୁଡିବନ୍ଧ ବ୍ଲକର ସମସ୍ତ ପଞ୍ଚାୟତର କଂଗ୍ରେସ ସଭାପତିଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ରାଲି ଶେଷରେ ପ୍ରତିବାଦସ୍ୱରୂପ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଦାହ କରିଥିବା ସୂଚନା ମିଳିଛି।

କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରୋନାଲ ଦିଗାଲ ଙ୍କ ରିପୋର୍ଟ FIRST NEWS ODISHA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ