ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ:ଜୁନ୍ ୨୦୨୬ ତ୍ରୈମାସିକର ବିକାଶମୂଳକ ଆର୍ଥିକ ଅଗ୍ରଗତି ସମୀକ୍ଷା:-ବ୍ୟାଙ୍କ ଓ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ

Sep 25, 2026 - 21:11
 0  20
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ:ଜୁନ୍ ୨୦୨୬ ତ୍ରୈମାସିକର ବିକାଶମୂଳକ ଆର୍ଥିକ ଅଗ୍ରଗତି ସମୀକ୍ଷା:-ବ୍ୟାଙ୍କ ଓ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ

ଝାରସୁଗୁଡ଼ା, ୨୫/୦୯(ଫାଷ୍ଟ ନ୍ୟୁ ଜ ଓଡ଼ିଶା): ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ପରିସରସ୍ଥ ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଜୁନ୍ ୨୦୨୬ ତ୍ରୈମାସିକ ପାଇଁ ଜିଲ୍ଲା ପରାମର୍ଶଦାତା କମିଟି ତଥା ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାଏକ, ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ଲିଡ୍ ଡିଷ୍ଟ୍ରିକ୍ଟ ଅଫିସର ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀ, ଜିଲ୍ଲା ସଂଯୋଜକ ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଚହ୍ବାଣ କହିଥିଲେ ଯେ, ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ବ୍ୟାଙ୍କ ଏବଂ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ଏକ ସୁଦୃଢ଼ ସହଯୋଗୀ ବ୍ୟବସ୍ଥା ଗଠନ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଝାରସୁଗୁଡ଼ା ଜିଲ୍ଲାର ସାମାଜିକ ତଥା ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ହିତାଧିକାରୀଙ୍କୁ ଠିକ୍ ସମୟରେ ଋଣ ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁ ଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ