।। ବିରିକୋଟ ଗ୍ରାମରେ ମାଁ ଡୋକରୀ ଚୈତ୍ର ଘଣ୍ଟ ଯାତ୍ରା ।।

ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ମାଁ ଡୋକରୀ ଘଣ୍ଟ ଯାତ୍ରା ବିଶ୍ରାମ ହୋଇଯାଇଛି l ଗତ 15/04/2024 ରିଖ ସୋମବାର ଦିନ ମାଁ ଡୋକରୀ ମନ୍ଦିର ରୁ ଗାଁ କୁ ବିଜେ କରି ଭକ୍ତ ଓ ଶ୍ରଦ୍ଧାଳୁ,,ପୂଜକ,ସେବକ ମାନଙ୍କ ପାଖରେ ପହଞ୍ଚି ଦୁଃଖ କଷ୍ଟ ଦୂର କରିବା ପାଇଁ ବର୍ଷ କୁ ଥରେ ଚୈତ୍ର ମାସ ର ପ୍ରଥମ ସପ୍ତାହ ରେ ଚୈତ୍ର ଘଣ୍ଟ ଯାତ୍ରା ଆରମ୍ଭ କରାଯାଇଛି l ପ୍ରତିବର୍ଷ ଭଳି ଚଳିତ ଚୈତ୍ର ଘଣ୍ଟ ଯାତ୍ରା ମାଁ ଡୋକରୀ ଦେଵୀ ପୂଜା ପାଇଥାନ୍ତି l ଏହି ଯାତ୍ରା ନଅ ଦିନ ଧରି ଗାଁ ର ଗଛଡାଳ କୁଡ଼ିଆ ରେ ରହି ଗାଁ ଗାଁ ବୁଲି ମାଁ ଦେବୀ ପୂଜା ପାଇଥାନ୍ତି l ବିଭିନ୍ନ ପ୍ରକାର ଗାଁ ର କଳାକାର ମାନଙ୍କୁ ନେଇ ନିଜ ନିଜର କଲା କୁ ପଦାର୍ପଣ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ କୁ ଫାରେଶ ବୋଲି କହନ୍ତି l ଏହା 5ଦିନ କରାଯାଉଛି ବୋଲି ପ୍ରକାଶ କରିଥିଲେ ଗ୍ରାମ ବାସି l ବିଶ୍ରାମ ଦିନ ପାଇଁ ଭକ୍ତ, ଶ୍ରଦ୍ଧାଳୁ ଏବଂ ଦର୍ଶକ ପାଇଁ ରାତିରେ ସାଂକୃତିକ କାର୍ଯ୍ୟକ୍ରମ ମାଁ ଡୋକରୀ ପୂଜା କମିଟି ଆୟୋଜନ କରିଥିଲେ l ମଙ୍ଗଳ ବାର ତା 23/04/2024 ରିଖ ମାଁ ଡୋକରୀ ବାହୁଡ଼ି ଯିବେ ମନ୍ଦିର କୁ ସେହି ଦିନ ହିଁ ସମ୍ପନ୍ନ ହେବ ଘଣ୍ଟ ଯାତ୍ରା l ଯିଏ ଯାହା ମାନସିକ କରିଥିଲେ ତାହା ଘଣ୍ଟ ଯାତ୍ରା ରେ ପୂଜା ଆକାର ରେ ବୋଲି ଦେଇଥାନ୍ତି l ଏହି ସମୟରେ ଗାଁ ପୁରା ବଜା, ଶଙ୍ଖ, ଘଣ୍ଟ ରେ ଦୁଲୁକି ଉଠେ l ଅନେକ ପୁରୁଷ ମହିଳା ଦେବୀ ଖେଳ କରି କଣ୍ଟା ଦୋଳି ରେ ବସି ଝୁଲିବା, ତ୍ରିଶୂଳ ରେ ବସିବା ଏବଂ ଖଣ୍ଡା, କଣ୍ଟା ଶିକୁଳି ଧରି ନୃତ୍ୟ କରିବା ଦେଖିବାକୁ ଅତି l ସୁନ୍ଦର ଭାବେ ଆୟୋଜନ କରାଯାଇଛି l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






