।। ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ସଭା ଅନୁଷ୍ଠିତ କଲେ ପଟ୍ଟାଙ୍ଗି ବିଧାୟକ ଶ୍ରୀଯୁକ୍ତ ରାମ ଚନ୍ଦ୍ର କାଡ଼ାମ୍ ।।

ଅଦ୍ୟ ତା ୧୫-୧୦-୨୦୨୪ ରିଖରେ ଜାତୀୟ କଂଗ୍ରେସ ବିଧାୟକ ଦଳ ନେତା ତଥା ପଟ୍ଟାଙ୍ଗୀ ବିଧାୟକ ମାନନୀୟ ଶ୍ରୀଯୁକ୍ତ ରାମ ଚନ୍ଦ୍ର କାଡ଼ାମ୍ ମହୋଦୟ ପଟ୍ଟାଙ୍ଗୀ ବ୍ଲକ ଗସ୍ତକଲେ ଓ କୁର୍ଲି ଠାରେ ଥିବା Max Infra Projects Pvt.Ltd, Bekem Infra Projects Pvt. Ltd. ଓ ଆମ୍ପାବାଲି ଠାରେ ଥିବା ତୋଷାଳୀ ସିମେଣ୍ଟ ଫ୍ୟାକ୍ଟ୍ରି ପରିଦର୍ଶନ କରିବା ସହ ସମୀକ୍ଷା କଲେ ଓ ଏହି ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ତଥା ନିଯୁକ୍ତି ସମସ୍ୟା ବିଷୟରେ ଫ୍ୟାକ୍ଟ୍ରି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାସହ ସାପ୍ରାଇଗୁଡା ଗ୍ରାମକୁ ମଧ୍ୟ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚରିବୁଝିଥିଲେ। ଶେଷରେ OMC କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଓ ଏହି ଅଞ୍ଚଳର ଲୋକଙ୍କ ସମସ୍ୟା ବିଷୟରେ କର୍ତ୍ତୃପକଷଙ୍କୁ ଅବଗତ କରାଇଥିଲେ।ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ପଟ୍ଟାଙ୍ଗୀ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଶୁକ୍ରା ଖରା, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଅର୍ଜ୍ଜୁନ ବାଙ୍କା , ଓଡ଼ିଶା ପ୍ରଦେଶ କଂଗ୍ରେସ ସଦସ୍ୟ ଶ୍ରୀ ଶଙ୍କର ପଟ୍ଟନାୟକ, ରାଜପୁଟ ସରପଞ୍ଚ ତଥା ସମାଜସେବୀ ଶ୍ରୀ ପିତାମ୍ବର କିର୍ଷାନି, ପୁକାଲି ସରପଞ୍ଚ ଶ୍ରୀ ତ୍ରିପତି ସାରା, ପଟ୍ଟାଙ୍ଗୀ ବ୍ଲକ ଯୁବ ସଭାପତି ଅଭି ବାରିକ ଓ ଅନେକ ବରିଷ୍ଠ କନିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news ଓଡିଶା
What's Your Reaction?






