ବିପର୍ଯ୍ୟୟ ପରିଚାଳନା କ୍ଷମତା ନିର୍ମାଣ ପ୍ରଶିକ୍ଷଣ ଶିବିର

Sep 12, 2025 - 13:33
 0  10
ବିପର୍ଯ୍ୟୟ ପରିଚାଳନା କ୍ଷମତା ନିର୍ମାଣ ପ୍ରଶିକ୍ଷଣ ଶିବିର

ମାଲକାନଗିରି, ୧୨/୯/୨୫: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟ ରେ ଜିଲ୍ଲା ଜରୁୀକାଳୀନ ବିଭାଗ ଦ୍ୱାରା କାଲିମେଳା, ମାଥିଲି ଓ କୋରକୁଣ୍ଡା ବ୍ଲକ୍ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ( ପିଇଓ) ଙ୍କ ପାଇଁ ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ତଥା କ୍ଷମତା ନିର୍ମାଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ନେଇ ତାଲିମ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିବର୍ତ୍ତନ ସ୍ଵେଚ୍ଛାସେବୀ ସଂଗଠନ ର ପ୍ରଶିକ୍ଷକ ମାନେ ସମସ୍ତ ବ୍ଲକ୍ ର ପିଇଓ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଏବଂ ଏଥିପାଇଁ ଆବଶ୍ୟକ ଜ୍ଞାନ କୌଶଳ ଉପରେ ଏହି ଶିବିର ରେ ଆଲୋଚନା କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରକାଳୀନ ଅଧିକାରୀ ଉପସ୍ଥିତ ଥିଲେ। ଜରୁରୀକାଳୀନ ବିଭାଗ ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ଶିବିର ଆୟୋଜନ କରିବାରେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ