।। ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ।।

Nov 1, 2023 - 19:57
 0  13
।। ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ତପନ କୁମାର ଦିଗାଳ, ପ୍ରଦୀପ କୁମାର ବେହେରା, ମିନତୀ କୁମାରି ମିଶ୍ର, ଶରତ କୁମାର ପୂଜାରୀ ମୋ ସେବା କେନ୍ଦ୍ରର ଜିଲା ପରିଚାଳକ ଗୋଲକ ବିହାରୀ ନାୟକଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ବାଲିଗୁଡା ଅଞ୍ଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁଳ୍କରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତ ପାଆନ୍ତାରେ ପାଇପାରିବେ। ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ପେନସନ ଉପଭୋକ୍ତା ସାଧୁବାଦ ଜଣାଇଛନ୍ତି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ