ବିନା ଫଳକରେ କାର୍ଯ୍ୟ:ସରକାରୀ ଯୋଜନା ଟଙ୍କା ହରିଲୁଟ କରି ଖାଉଛି କିଏ? (ସାମ୍ବାଦିକ ମାନଙ୍କୁ ଧମକ ତମେ ଆମର କଣ ତାଡିବ

Apr 27, 2025 - 16:24
 0  20
ବିନା ଫଳକରେ କାର୍ଯ୍ୟ:ସରକାରୀ ଯୋଜନା ଟଙ୍କା ହରିଲୁଟ କରି ଖାଉଛି କିଏ? (ସାମ୍ବାଦିକ ମାନଙ୍କୁ ଧମକ ତମେ ଆମର କଣ ତାଡିବ

ମୟୁରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ଠାରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ସାରସକଣା ବ୍ଲକର ଠିକ ପଛପଟେ ଥିବା ଦରଖୋଳି ଗ୍ରାମରୁ ଏକ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ଭାୟା ଶିଲଫୋଡି ଦେଇ କରନଡ଼ିହି ପର୍ଯ୍ୟନ୍ତ ଆରମ୍ଭ ହୋଇଛି | ଏହି କାର୍ଯ୍ୟଟି କେତେଟଙ୍କାର, କାର୍ଯ୍ୟର ସମୟ ସୀମା ଏବଂ କାର୍ଯ୍ୟଟି କେମିତି ହେବ ତାହା ଆଜି ପର୍ଯ୍ୟନ୍ତ ଅଞ୍ଚଳ ବାସୀ ଜାଣି ପାରିଲେନାହିଁ କାରଣ ଫଳକ ବିହୀନରେ ଚାଲିଛି କାର୍ଯ୍ୟଟି | ପୁଣି ଦେଖିବାକୁ ମିଳୁଛି ପୁରୁଣା ପିଚୁରାସ୍ତାଟିର ପିଚୁକୁ ତାଡିଦେଇ ଅନ୍ୟତ୍ର ନ ଫପାଡ଼ି ସେହି ରାସ୍ତାରେ ହିଁ ବ୍ୟବହାର କରାଯାଉଛି | ଏହିଠୁ ଜଣା ପଡୁଛି ସରକାରୀ ବାବୁମାନେ ଠିକା ନେଇଥିବା ସଂସ୍ଥାର ମାଲିକଙ୍କ ସହ ମିଳିମିଶି କେତେଟଙ୍କା ହରିଲୁଟ କରୁଛନ୍ତି | ସରକାରୀ ଯନ୍ତ୍ରୀଙ୍କୁ ଆମ ପ୍ରତିନିଧି ବାରମ୍ବାର ଫୋନ୍ କଲେ ମଧ୍ୟ ଫୋନ୍ ଉଠାଉନାହାନ୍ତି ଅନ୍ୟପଟେ ଠିକା ସଂସ୍ଥାର କର୍ମଚାରୀ ଏବଂ ମାଲିକ କହୁଛନ୍ତି ଆପଣମାନେ ଖବର ପ୍ରସାରଣ କରନ୍ତୁ ସେଥିରେ ଆମର କିଛି ଫରକ ପଡେ ନାହିଁ ଆମେ ତଳ ସ୍ତରରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଟଙ୍କା ଦେଇ କିଣି ରଖିଛୁ | ଅଞ୍ଚଳର ଜନ ସାଧାରଣ ଏବଂ ବୁଦ୍ଧିଜୀବୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି ଯେମିତିକି ଡବଲ ଇଞ୍ଜିନ ସରକାରଙ୍କୁ ଭୋଟ ଦେଇ ଅଞ୍ଚକ ବାସୀ ଜିତାଇ ବହୁତ ପାପ କରିଛନ୍ତି | ଅନ୍ୟପଟେ ପୁଣି ଦେଖିବାକୁ ମିଳୁଛି ଟାଣ ଖରାରେ ଯେତେବେଳେ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି ସେହି ସମୟରେ ( ଦିନ ୧୨:୦୦-୦୧:୦୦ ଭିତରେ ) ଠିକା ସଂସ୍ଥାଟି ତା କର୍ମଚାରୀମାନଙ୍କୁ ନେଇ ନିର୍ଦ୍ୱନ୍ଦ୍ୱରେ କାମକୁ ପ୍ରସାରଣ କରିଚାଲିଛି | ପୁଣି କେଉଁଠି ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଥିଲେ ସୁଦ୍ଧା ଖୁଣ୍ଟକୁ ସ୍ଥାନାନ୍ତର ନକରି ରାସ୍ତା କାର୍ଯ୍ୟଟି ସମ୍ପୂର୍ଣ କରିଦେଉଛନ୍ତି | ଅନ୍ୟପଟେ ଶିଲଫୋଡ଼ି ଗ୍ରାମପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ସନ୍ୟାସୀ ନାୟକ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ ରାସ୍ତା କାର୍ଯ୍ୟଟି ଅତିନିମ୍ନ ମାନର ହେଉଥିବାବେଳେ ବିନାପାଣିରେ କିଭଳି ଭାବରେ ରୁଲିଙ୍ଗ କରାଯାଉଛି, ପୁରୁଣା ପୋଲରେ ଲାଗିଥିବା ପାଇପ ଗୁଡିକୁ ନବଦଳାଇ କେବଳ ଦୁଇପଟେ ନୂତନ ପାଇପ ଯୋଡି ଉପରକୁ ଚକାଚକ ଦେଖାଉଥିବାବେଳେ ଭିତର କିନ୍ତୁ ଫମ୍ପା | ଏହିଠୁ ଜଣାପଡେ ସରକାରୀ ବାବୁ ଏବଂ ଠିକା ସଂସ୍ଥା ମିଳିମିଶି କେତେହରିଲୁଟ କରୁଛନ୍ତି | ସୂଚନା ମୁତାବକ ଠିକା ସଂସ୍ଥାଟି ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ଗଜାନନ ନାମିତ ସଂସ୍ଥାଟି | କିନ୍ତୁ ସୂଚନା ଫଳକ ନଥିବାଯାଗୁଁ ରାସ୍ତା କାମଟି କେଉଁ ସଂସ୍ଥାକୁ ମିଳିଛି ତାହା ଜାଣିବା ଅସମ୍ଭବ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ