।। ବିଡିଓ ଙ୍କୁ ଦାବିପତ୍ର ନେଇ ମହିଳା ସଂଗଠନ ଘେରିଲେ ।।

Oct 4, 2024 - 21:03
 0  32
।। ବିଡିଓ ଙ୍କୁ ଦାବିପତ୍ର ନେଇ ମହିଳା ସଂଗଠନ ଘେରିଲେ ।।

ରାଇରଙ୍ଗପୁର -:୦୪/୧୦/୨୪ ବିଜାତଳା ବ୍ଲକ ଅନ୍ତଗତ ବଡ଼ଝରଣ ପଂଚାୟତ ଆମ୍ବଡିହା ଗ୍ରାମ ର SHG ମହିଳା ମାନେ ବିଜାତଳା ବିଡିଓ ବଂଶୀଧର ଖୋସାଲl ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି lସୂଚନା ଥାଉକି ଯେଗାଁ ରେ ୩ଟି ନଳକୂପ ଅଛି। ଦୁଇଟି ନଳକୂପ ସଂପୂର୍ଣ୍ଣ ଅଚଳ ଏବଂ ଗୋଟିଏ ନଳକୂପ ରେ ଗୋଳିଆ ପାଣି ବାହାରୁଛି। ଏଭଳି ପରିସ୍ଥିତି ଗାଁ ଲୋକେ ଏକ ପଥର କୂଅ ରୁ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ବିଭିନ୍ନ ରୋଗର ଶୀକାର ହେଉଛନ୍ତି। ଗାଁ ରେ ବିଶୁଦ୍ଧ ପାଣି ପାଇଁ ବସୁଧା ପାଣି ଟାଙ୍କି ବ୍ୟବସ୍ଥl ଏବଂ ଆମ ନବୀନ ଆମ ଓଡିଶା ଯୋଜନା ରେ ପୂର୍ବ ସରକାର ଜନସାଧାରଣ ଙ୍କ ଯାତାୟାତ ର ସୁବିଧା ନିମନ୍ତେ ଗ୍ରାମାଞ୍ଚଳ ରେ ପ୍ରତି ଛକ ରେ ବସ୍ ଷ୍ଟାଣ୍ଡ ନିର୍ମାଣ କରି ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ କରି ଥିଲେ ମାତ୍ର ସେଥି ମଧ୍ୟରୁଆମ୍ବଡିହା ଛକ ଠାରେ ମଂଜୁର ହୋଇ ନିର୍ମାଣ ହେବାକୁ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ କୁ ବ୍ଲକ ପ୍ରଶାସନ କାମ କୁ ବନ୍ଦ ରଖିଥିବାରୁ ଏହାକୁ ପୁନଃକାର୍ଯ୍ୟ ପାଇଁ ଲିଖିତ ଦାବି ପତ୍ର ଦେଇ ଆଜି ସ୍ୱୟଂ ସହାୟକ ମହିଳା ମାନେ ବ୍ଲକ ଘେରାଉ କରଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ