ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ ଦ୍ଵାରା ସପ୍ତମ ଦିନରେ ୱାର୍ଡ ନମ୍ବର 10 ଏବଂ 11 ବାଳିକା ଉଚ୍ଚ ବିଦ୍ୟଳୟ ପ୍ରାଙ୍ଗଣ ଠାରେ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Jun 15, 2026 - 21:16
 0  3
ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ ଦ୍ଵାରା ସପ୍ତମ ଦିନରେ ୱାର୍ଡ ନମ୍ବର 10 ଏବଂ 11 ବାଳିକା ଉଚ୍ଚ ବିଦ୍ୟଳୟ  ପ୍ରାଙ୍ଗଣ ଠାରେ   ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ବିଜ୍ଞାପିତ ଅଂଚଳ ପରିଷଦ, ଖରୀଆର ରୋଡ ଦ୍ୱାରା ସପ୍ତମ ଦିନରେ ୱାର୍ଡ ନମ୍ବର 10 ଏବଂ 11 ବାଳିକା ଉଚ୍ଚ ବିଦ୍ୟଳୟ ପ୍ରାଙ୍ଗଣ ଠାରେ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରିଷଦ ର ଉପାଧ୍ୟକ୍ଷ, ନିଶାନ୍ତ ଡାଗା, ସହରର ବରିଷ୍ଠ ନାଗରିକ ଗୋବିନ୍ଦ ଶର୍ମା, ବରିଷ୍ଠ ଆଇନଜୀବୀ ତ୍ରିଲୋକ ସୋନୀ, ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ କମଲାସନ ରଥ, କଳାହାଣ୍ଡି ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ ସହ ସମସ୍ତ ସଭ୍ୟ ଓ ସଭ୍ୟା ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଜନ ସାଧାରଣ ଏବଂ ସରକାର ଙ୍କ ସିଧାସଳଖ ସମ୍ପର୍କ କୁ ସୁଦୃଢ କରିବା, ନାଗରିକ ମାନଙ୍କ ସକ୍ରିୟ ସହଭାଗିତା କୁ ପ୍ରୋତ୍ସାହନ ଦେବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ସଚେତନତା ସୃଷ୍ଠି କରିବା ଓ ନାଗରିକ ମାନଙ୍କ ମତାମତ ଓ ଆଶା ଆକାଂକ୍ଷା କୁ ଶାସନ ପ୍ରକ୍ରିୟା ସହ ଯୋଡ଼ିବା ଉଦ୍ଦେଶ୍ୟ ରେ ଆୟୋଜନ କରାଯାଇଥିଲା ସାଧାରଣକୁ ବୁଝାଇଥିଲାବେଳେ କାର୍ଯ୍ୟକ୍ରମରେ ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ