ବିଜ୍ଞାନ ମେଳା ଅନୁଷ୍ଠିତ,ବିଜ୍ଞାନ ହିଁ ପ୍ରଗତିର ଚାବିକାଠି;ବୈଜ୍ଞାନିକ ମନୋଭାବର ପ୍ରଚାର ଓ ପ୍ରସାରକୁ ଗୁରୁତ୍ବ

Nov 26, 2025 - 19:24
 0  7
ବିଜ୍ଞାନ ମେଳା ଅନୁଷ୍ଠିତ,ବିଜ୍ଞାନ ହିଁ ପ୍ରଗତିର ଚାବିକାଠି;ବୈଜ୍ଞାନିକ ମନୋଭାବର ପ୍ରଚାର ଓ ପ୍ରସାରକୁ ଗୁରୁତ୍ବ

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଗ୍ରାମବିକାଶ ଶିକ୍ଷା ନିକେତନ ପରିସରରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ବିଜ୍ଞାନ ମେଳା ଅନୁସୂଚୀତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ୨୫ ତାରିଖ ଦିନ ଆୟୋଜନ କରାଯାଇ ଥିଲା। ଏଥିରେ ମୂଖ୍ଯ ଅତିଥି ଭାବେ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧୃବଚରଣ ମୁଦୁଲି ଯୋଗଦାନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣୀ ଯାନୀ ଅଧ୍ୟକ୍ଷତା ଆୟୋଜିତ ଏହି ମେଳାରେ ସମ୍ମାନିତ ଅତିଥି ଭାବେ ଏବିଇଓ ହେମନ୍ତ ପଣ୍ଡା, ଗ୍ରାମବିକାଶ ଶିକ୍ଷା ନିକେତନର ଅଧ୍ୟକ୍ଷ ଅରବିନ୍ଦ ସ୍ବାଇଁ,ଶିରିମସ୍କା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବୈରାଗୀ ଚରଣ ନାଏକ, ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ କୃତ୍ତିବାସ ନାଏକ, ପ୍ରଧାନଶିକ୍ଷକ ଗ୍ରାମବିକାଶ ଶିକ୍ଷା ନିକେତନ ରାମଚନ୍ଦ୍ର ନାୟକ, ନୋଡାଲ ସି ଆର ସି ସି ସୁନାଧର ମାଝୀ, କାଣିଗୁମା ସି ଆର ସି ସି ହେମନ୍ତ ଲୁହାର, ଶିରିମସ୍କା ସି ଆର ସି ସି ମୁକୁନ୍ଦ ବାଗ, ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଳକର 45 ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ମଞ୍ଚାସୀନ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ତାଙ୍କ ଉଦବୋଧନରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ମଣିଷର ନିଜ ଦୈନନ୍ଦିନ ଜୀବନରେ ବିଜ୍ଞାନ କିପରି ଅପରିହାର୍ଯ୍ଯ ହୋଇ ପଡିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ।ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପ ଗୁଡିକ ମଧ୍ଯରେ ଗ୍ରାମବିକାଶ ଶିକ୍ଷା ନିକେତନର ଅଷ୍ଟମ ଶ୍ରେଣୀର ଛାତ୍ର ଟି ମଜେଶ ରଞ୍ଜନ ନାଏକ ଓ ରାହୁଲ ନାଏକଙ୍କ ଦ୍ବାରା ପ୍ରଦର୍ଶିତ " ଏନର୍ଜି କନଜର୍ଭେସନ ପ୍ରୋଜେକ୍ଟ " ପ୍ରଥମ ସ୍ଥାନ ଅଧିକାର କରି ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି ବଡ ଛତରଙ୍ଗ ଅଫ୍ ଗ୍ରେଡ ହାଇସ୍କୁଲର ଜିତୁ ନାଏକ ଓ ଆକାଶ ନାଏକ ଙ୍କ ଦ୍ବାରା ପ୍ରଦର୍ଶିତ "ଟକ୍ସିନ୍ କାର୍ବନ ଫ୍ରୀ ଏୟାର " ପ୍ରୋଜେକ୍ଟ ଦ୍ବିତୀୟ ଏବଂ ଗ୍ରାମବିକାଶ ଶିକ୍ଷା ନିକେତନର ଛାତ୍ର ଗୋବର୍ଦ୍ଧନ ସୁନା ଓ ଦିନେଶ ନାଏକ ଙ୍କ "ସେଭ୍ ଏନର୍ଜି " ପ୍ରୋଜେକ୍ଟ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ବାରା ପ୍ରଶଂସିତ ହୋଇ ଜିଲ୍ଲା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି। ଅଡ୍ରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ପଟ୍ଟନାୟକ ଏବଂ ସିନ୍ଧିପଦର ୟୁ ପି ସ୍କୁଲର ଶିକ୍ଷକ ସୁକାନ୍ତ ଗୌଡ ମଞ୍ଚ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ଥୁଆମୂଳ ରାମପୁର ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ କୃତ୍ତିବାସ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କଳାହାଣ୍ଡିରୁ ଜିଲ୍ଲା ଭବାନୀପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ