ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସ ପାଳିତ

Feb 12, 2025 - 20:33
 0  20
ବିଜେପି ପକ୍ଷରୁ ପଣ୍ଡିତ  ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସ ପାଳିତ

ନୂଆପଡା : ଆଜି ତରବୋଡ ଧାନ ମଣ୍ଡି ପରିସରରେ ବିଜେପି ର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବରେ ଅଜାତ ଶତ୍ରୁ, ବିଚାରକ, ସୁ ସଂଗଠକ ତଥା ଏକାତ୍ମମାନବବାଦ ର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଚିତ୍ର ରଖି ପୁଜା ଅର୍ଚ୍ଚନା କଲା ପରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଶ୍ରୀ ଯଦୁମଣି ପାଣିଗ୍ରାହୀ ତାଙ୍କ ଜୀବନୀ ଓ ବିଚାରଧାରା ଉପରେ ଆଲୋଚନା କରି ବକ୍ତବ୍ୟ ରଖିଥିଲେ। ସମାଜ ର ଅନ୍ତିମ ଧାଡ଼ି ରେ ଛିଡ଼ା ହୋଇ ଥିବା ଶୋଷିତ, ବଞ୍ଚିତ, ଦୁଃଖୀ ଦରିଦ୍ର ଜନତାର ମୁଁହ ରେ ହସ ଫୁଟେଇ ପାରିଲେ ତାଙ୍କର ଅନ୍ତ୍ୟୋଦୟ କଥା ଓ ବିଚାରଧାରା ସାର୍ଥକ ହେବା ସହିତ ତାହା ହିଁ ସେହି ମହା ପୁରୁଷ ଙ୍କୁ ଶ୍ରେଷ୍ଠ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି। ଏହି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ଅବିରତ କାମ କରିଚାଲିଛନ୍ତି, ଅନେକ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି, ତାର ସୁଫଳ ଓ ବାର୍ତ୍ତା ଲୋକ ଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଆମ କର୍ତ୍ତବ୍ୟ ବୋଲି ଶ୍ରୀ ପାଣିଗ୍ରାହୀ ମତ ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବିଜେପି ଏସ ସି ମୋର୍ଚ୍ଚା ପ୍ରଦେଶ ଉପାଧ୍ୟକ୍ଷ ମନିଯର ଆର୍ଯ୍ୟ, ଜଗଦୀଶ ହାତୀ, ସୁବାଷ ପ୍ରଧାନ, ପ୍ରକାଶ ପ୍ରଧାନ, ଦୟା ପ୍ରଧାନ ଙ୍କ ସମେତ ଶତାଧିକ କର୍ଯ୍ୟକର୍ତ୍ତା ସାମିଲ୍ ହୋଇ ଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ