।। ବିଜୁଳି ଆଘାତରେ ଜଳୁଛି ନଡିଆ ଗଛ ହୁତୁ ହୁତୁ ହୋଇ ।।

Jun 4, 2024 - 18:18
 0  10
।। ବିଜୁଳି ଆଘାତରେ ଜଳୁଛି ନଡିଆ ଗଛ ହୁତୁ ହୁତୁ ହୋଇ ।।

ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା. ବନ୍ଧୁଗାଁ ବ୍ଲକ୍. ଗାରିଡି ପଞ୍ଚାୟତ ର ଡୁମାଡ଼ଙ୍ଗର ଗ୍ରାମରେ ଇଉ. ପି ସ୍କୁଲ୍ ରେ ଗୋଟିଏ ନଡ଼ିଆ ଗଛରେ ବିଜୁଳି ମାରିଥିବାର ଦେଖିବାକୁ ମିଳିଛି l ଏନେଇ ଗ୍ରାମର ଲୋକେ ନଡ଼ିଆ ଗଛରେ ବିଜୁଳି ମାରିଥିବାର ଦେଖି ଆର୍ଚଯ୍ୟ ହୋଇଯାଇଛନ୍ତି l ନଡ଼ିଆ ଗଛ ତଳେ ଗୋଟିଏ ନଳକୁପ ମଧ୍ୟ ଅଛି l ଓ ସେହି ନଳକୂପରେ ମାଁ ମାନେ ପାଣି ଆଣିବାକୁ ଯାଇଥିଲେ ଓ ସେହି ସମୟରେ ଘଡଘଡି ବିଜୁଳି ମାରିଥିଲା l କିନ୍ତୁ ମାଆ ମାନଙ୍କର ଭାଗ୍ୟ ଭଲ ଆଜି ବିଜୁଳି ଆଘାତ ଠାରୁ ବଞ୍ଚିଅଛନ୍ତି l ଏବଂ ସେଠାରେ ଛଟ ଛଟ କୁନି ପିଲାମାନେ ମଧ୍ୟ କେଳି କେଳି ରହିଥିଲେ କିନ୍ତୁ ସେମାନଙ୍କର କିଛିବି ଅସୁବିଧା ହୋଇନାହିଁ l ଏବଂ ଆଜି ସେହି ବିଜୁଳିର ବାସନା ପ୍ରାୟ -୧- କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ଯାଇଅଛି l ତେଣୁ କରି ସମସ୍ତଙ୍କୁ ଅନୁରୋଧ ବିଜୁଳି ମରୁଥିଲେ କଣ କରିବେ ପ୍ରତିକାର ୧- ମୋବାଇଲ ଫୋନରେ କଥା ହୁଅନ୍ତୁନାହିଁ ୨- ଗଛ ତଳେ ଛିଡା ହୁଅନ୍ତୁନାହିଁ ୩- ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରନ୍ତୁନାହିଁ l

ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ