ବାଳିକା ମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

Jan 16, 2025 - 20:29
 0  11
ବାଳିକା ମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ନୂଆପଡ଼ା ନେସନାଲ କଲେଜ ନୂଆପଡ଼ା ରେ ବାଳିକା ମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇ ଯାଇଛି । ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ମୁଖ୍ୟ ଅତିଥି ଓ ଗଣିତବିଭାଗ ର ମୁଖ୍ୟ ଶ୍ରୀମତୀ ନନ୍ଦିନୀ ମଞ୍ଜରୀ ହୋତା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହା କେବଳ+୨ ପ୍ରଥମ ବର୍ଷ ପାଇଁ ଉଦ୍ଦିଷ୍ଟ। ନିଜର ସୁରକ୍ଷା ପାଇଁ ଶାରୀରିକ ଜ୍ଞାନ ଆହରଣ କରିବା ନିହାତି ଆବଶ୍ୟକ। ନିର୍ଭୟା କାଣ୍ଡ କଥା କହି ଛାତ୍ରୀ ମାନଙ୍କୁ ଠିକ୍ ଭାବେ ତାଲିମ୍ ଗ୍ରହଣ କରି ବାକୁ ପରାମର୍ଶ ଦେଇଥିଲେ। ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ୍ କରାଯାଇଥିଲା। ଜିଲ୍ଲା ସଂଯୋଜକ ଶ୍ରୀ ପ୍ରକାଶ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ମାଷ୍ଟର ଟ୍ରେନର ଫୁଲେଶ୍ୱରି ସାହୁ ତାଲିମ୍ ଦେଇଥିଲେ, ଛାତ୍ରୀ ମାନେ ତାଙ୍କର ଶିଖିଥିବା କୌଶଳ ପ୍ରଦର୍ଶନ କରିଥିଲେ। ଏହା ୦୬ଜାନୁଆରୀ ରୁ ଆରମ୍ଭ ହୋଇ ୧୬ ଜାନୁୟlରୀ ପର୍ଯ୍ୟନ୍ତ ଚାଲିଥିଲା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ