ବାଲିଗୁଡା ରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

May 5, 2025 - 21:20
 0  12
ବାଲିଗୁଡା ରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସକାଳ ୮ ଟା ରୁ ଅଭିଯୋଗ ପ୍ରକୋଷ୍ଠ ରେ ଆରମ୍ଭ ହେବା ନେଇ ଆଗୁଆ ଡାକବାଜି ଯନ୍ତ୍ର ଓ ବିଭିନ୍ନ ପଞ୍ଚାୟତ ରେ ନୋଟିସ ମାଧ୍ୟମରେ ସୂଚିତ କରଯାଇଥିଲା । ଯାହାଫଳରେ ଅଭିଯୋଗ କରି ମାନଙ୍କ ସହ ଜିଲ୍ଲାସ୍ତରୀୟ ଓ ସ୍ଥାନୀୟ ଅଧିକାରୀ ମାନେ ପହଞ୍ଚି ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦିଙ୍କ ଅଧକ୍ଷତାରେ ଅଭିଯୋଗ ପ୍ରକାଷ୍ଠ ଆରମ୍ଭ ହୋଇଥିଲା । ଏହି ଅଭିଯୋଗ ପ୍ରକୋଷ୍ଠ ରେ ମୋଟ ୯୯ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୨୩ ଟି ଗୋଷ୍ଠୀ ଗତ ଓ ୭୬ ଟି ବ୍ୟକ୍ତି ଗତ ଅଭିଯୋଗ ପ୍ରଦାନ କରିଥିଲେ । ବାଲିଗୁଡା ବ୍ଲକ ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଦିବ୍ୟାଙ୍ଗ, ନିଃସହାୟ , ବିଧବା, ହିତାଧିକାରୀ ମାନଙ୍କ ପ୍ରତି ହେଉଥିବା ଅବ୍ୟବସ୍ଥା ଓ ସରକାରଙ୍କ ଯୋଜନରୁ ବଞ୍ଚିତ କରାଯାଉଥିବା ଗୋଷ୍ଠୀ ଗତ ଅଭିଯୋଗ ଉପରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ବାଲିଗୁଡା ବିଡିଓ ଅକ୍ଷୟ ମଲ୍ଲିକ ,ବିଜ୍ଞାପିତ ପରିଷଦ ନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଲାଇ ଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ସେମାନଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କହିଥିଲେ । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ , ଜିଲ୍ଲା ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପାଢୀ ,ସମନ୍ୱତ ଆଦିବାସୀ ଉନୟନ୍ନ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ,ତହସିଲଦାର ଦୀପ୍ତି ପ୍ରକାଶ ବେହେରା ,ବିଡିଓ ଅକ୍ଷୟ ମଲ୍ଲିକ , ସହକାରୀ ଜିଲ୍ଲାପାଳ ଧୀରଜ କୁମାର ପାତ୍ର ଙ୍କ ସମେତ ଶିକ୍ଷା ,ସ୍ୱାସ୍ଥ୍ୟ ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ,କୃଷି ,ଉଦ୍ୟାନ , ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ,ରାସ୍ତା ଓ କୋଠାବାଡ଼ି ଗ୍ରାମ୍ୟ ବିଭାଜନ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ