।। ବାଲିଆ ଜୁନିୟର କଲେଜରେ ଜାତିୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Oct 20, 2024 - 16:05
 0  67
।। ବାଲିଆ ଜୁନିୟର କଲେଜରେ ଜାତିୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ବରୀ ବ୍ଲକ ଅଧୀନସ୍ଥ ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ ଜିତେନ୍ଦ୍ର କୁମାର ଦାଶ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ଯୋଗଦେଇ ବିଦ୍ୟାଳୟ ପରିସର ସହିତ ନିକଟସ୍ଥ ଗ୍ରାମ୍ୟ ରାସ୍ତା ସଫା କରିବା ସାଙ୍ଗକୁ ପରିବେଶକୁ ସ୍ୱଚ୍ଛ ରଖିବା କ୍ଷେତ୍ରରେ ଲୋକମାନଙ୍କୁ ସଚେତନ କରିଥଲେ। ଅଧ୍ୟାପକ ପ୍ରଦୀପ କୁମାର ମୁଦୁଲିଙ୍କ ତତ୍ତ୍ଵାବଧାନରେ ଏହି ଜାତିୟ ସେବା ଯୋଜନାର କାର୍ଯକ୍ରମ ପରିଚାଳିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ନିମାଇଁ ଚରଣ ଲେଙ୍କା, ଅଧ୍ୟାପିକା ରଶ୍ମିତା ସାହୁ, ଅଧ୍ୟାପିକା ଶୃତି ପଟ୍ଟନାୟକ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ