ବାରିପଦା ଷ୍ଟାଡିୟମରେ ଜାତୀୟ କ୍ରୀଡା ଦିବସ ପାଳିତ

Aug 30, 2025 - 20:09
 0  8
ବାରିପଦା ଷ୍ଟାଡିୟମରେ ଜାତୀୟ କ୍ରୀଡା ଦିବସ ପାଳିତ

ବାରିପଦା - ତା :- ୨୯/୦୮/୨୦୨୫ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପରିସରରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି I ସର୍ବପ୍ରଥମେ ଉପସ୍ଥିତ ଅତିଥି, ଏସୋସିଏସନର କର୍ମକର୍ତ୍ତା ଭାରତୀୟ ହକି ଜଗତର ତାରକା ଧ୍ୟାନଚାନ୍ଦଙ୍କ ୧୨୦ ତମ ଜନ୍ମ ଜୟନ୍ତୀରେ ତାଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ ଭାରତୀୟ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ କ୍ରୀଡାଜୀବନ ଉପରେ ଆଲୋକପାତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ଫୁଟବଲ କୋଚ ଅବନୀ ମୋହନ ମହାନ୍ତି, ଏମ ପି ସି ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ସତ୍ୟନାରାୟଣ ବାରିକ, ଏସୋସିଏସନର ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା), ହର୍ଷବର୍ଦ୍ଧନ ଯାଦବ, ନନ୍ଦଲାଲ ମହାପାତ୍ର, କ୍ରୀଡା ଶିକ୍ଷକ ଦିବ୍ୟ ରଞ୍ଜନ ଦାସ, ପ୍ରମୁଖ ଉପସ୍ଥିତ ରହି ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ I ଅବସରପ୍ରାପ୍ତ ବରିଷ୍ଠ କ୍ରୀଡା ପ୍ରଶିକ୍ଷକ କୁମାର ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମ୍ପାଦକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ