।। ବାରିପଦା ଠାରେ ହେଲା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ।।

Sep 17, 2024 - 17:57
 0  36
।। ବାରିପଦା ଠାରେ ହେଲା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ।।

ବାରିପଦା: ୧୭.୦୯.୨୦୨୪// ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ମଧ୍ୟ ଏହି ଯୋଜନାର ପ୍ରାରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦେବେନ୍ଦ୍ରପୁର ଠାରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ପୌରାଞ୍ଚଳର ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ଏବଂ ବିଶିଷ୍ଟ ଅତିଥି ଭାବେ ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିଲେ। ଏହି ସହିତ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ଓ ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ଐଶ୍ଵର୍ଯ୍ୟା ଭୂୟାଁ ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଆୟୋଜନ ତଥା ସଂଚାଳନ କରିଥିଲେ।ଇତ୍ୟବସରରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ହେବା ପରେ ହିତାଧିକାରୀଙ୍କ ଆକାଉଣ୍ଟ ସୁଭଦ୍ରା ଟଙ୍କା ପଠାଯାଇଛି । ଯୋଗ୍ୟ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପ୍ରଥମ ସୁଭଦ୍ରା କିସ୍ତି ଯାଇଛି । 25 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଇଛି 1 ହଜାର 250 କୋଟି ଟଙ୍କା। କାର୍ଯ୍ୟକ୍ରମରେ ଯୋଗଦାନ କରି, ପୌରାଞ୍ଚଳ ଅଧ୍ୟକ୍ଷ ଶ୍ରୀ ମହାନ୍ତି, ୧୭ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶପଥ ପାଠ ଉପସ୍ଥିତ ଥିବା ସମସ୍ତଙ୍କୁ କରାଇଥିଲେ। ଏଠି ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ହାଁସଦା ସୁଭଦ୍ରା ଯୋଜନାର ଆବଶ୍ୟକତା ବିଷୟରେ କହିଥିବା ବେଳେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସ୍ୱାଇଁ ଏହି ଯୋଜନାର ହିତାଧିକାରୀ ମାନଙ୍କୁ ସାଧୁବାଦ ଦେବା ସହିତ ଏହାର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ବ୍ଲକର ବିଭିନ୍ନ ପଂଚାୟତରୁ ଆସିଥିବା ହିତାଧିକାରୀ ମାନେ, ସ୍ୱଚ୍ଛତା ହିଁ ସେବା ଏବଂ ସୁଭଦ୍ରା ଯୋଜନାକୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଅନେକ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସେହି କ୍ଷଣି ୫୦୦୦ ଟଙ୍କା ଆସିବା ପରେ ସେମାନେ ନିଜର ଖୁସି ମଧ୍ୟ ବ୍ୟକ୍ତ କରିଥିଲେ। ସୂଚନା ଥାଉକି, ସୁଭଦ୍ରା ସହ ରେଳ, ଆବାସ ସହ ଅନ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଏହି ପରିପ୍ରେକ୍ଷୀ ରେ ଆଜିର କାର୍ଯ୍ୟକ୍ରମରେ ୧୦ ଜଣ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ବାରିପଦା ଠାରେ ଅତିଥି ବୃନ୍ଦଙ୍କ କରକମଳରୁ ଏହି ଯୋଜନାର ଅର୍ଥ ରାଶି ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ, ବୋଉର ପରିଷଦ, ପଂଚାୟତ ସମ୍ମିତି, ଜିଲ୍ଲା ପରିଷଦ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବାର ସୂଚନା ପ୍ରାପ୍ତ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ