ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର

Aug 21, 2026 - 21:08
 0  2
ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର

ବାରିପଦା:- ତା ୨୧/୦୮/୨୬ ରିଖ ବାରିପଦା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର ଏକ ଅଭିନବ ପ୍ରୟାସ ଦ୍ବାରା ପ୍ରଥମ କରି ବାରିପଦା ବ୍ଲକର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କର ସୁରକ୍ଷା ଓ ନିରାପତ୍ତାକୁ ଆଖି ଆଗରେ ଦୃଷ୍ଟିକୁ ରଖି ଏକ ଦିନିଆ ପ୍ରଶିକ୍ଷଣ ଶିବିର ଲେଡି ହାମିଲଟନ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ପ୍ରଶିକ୍ଷଣ ଶିବିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁଜା ମାଧୁରୀ ଦାସଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା I ଶିବିରକୁ ବରିଷ୍ଠ ପ୍ରାଥମିକ ଚିକିତ୍ସା ରାଜ୍ୟ ସାଧନ କର୍ମୀ ସତ୍ୟ ନାରାୟଣ ଦାସ ପ୍ରଶିକ୍ଷକ ଭାବେ ଯୋଗଦାନ କରି ବିଦ୍ୟାଳୟ ମଧ୍ୟରେ କିପରି ଭାବେ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ରଖି ପାରିବା ତଥା କୌଣସି ଅଘଟଣ ପରେ କିପରି ପ୍ରାଥମିକ ଚିକିତ୍ସା କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇପାରିବ ତାହାରି ଉପରେ ପ୍ରଶିକ୍ଷାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର କୌଶଳ ପ୍ରଦାନ କରିଥିଲେ I ଏଥିରେ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି, ଜେଆରସି, ଯଶିପୁର ବ୍ଲକ ସଂଯୋଜକ ବିଜୟ କୁମାର କଳା ସାଧନ କର୍ମୀ ଭାବେ ତାଲିମ ପ୍ରଦାନ କରିଥିଲେ I ଉକ୍ତ ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ଵିନୀ ଦାଶ ଓ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ୍ ପରିଦର୍ଶନ କରି ପ୍ରଶିକ୍ଷାର୍ଥିମାନଙ୍କୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ I ଉକ୍ତ ଶିବିରକୁ ବାରିପଦା ବ୍ଲକର ଶିକ୍ଷକ ସମନ୍ବୟ ସମିତିର ଅଧ୍ୟକ୍ଷ ଗୌରଗୋପାଳ ଲେଙ୍କା, ସାଧାରଣ ସମ୍ପାଦକ ସିଦ୍ଧେଶ୍ଵର ମିଶ୍ର, ସଭାପତି ପ୍ରଦୀପ କୁମାର ନାଥ, ଉପଦେଷ୍ଟା ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ ପରିଚାଳନା କରିଥିଲେ I ଏଥିରେ ଠାକୁରାଣୀସାହି, ବଡ଼ଯୋଡ ଓ ଗୁଞ୍ଜୁସାହି କ୍ଲଷ୍ଟରର ୪୨ ଜଣ ପ୍ରଶିକ୍ଷାର୍ଥୀ ଓ ୩ ଜଣ ସିଆରସିସି ଅଂଶ ଗ୍ରହଣ କରିଥିଲେ I ଏହି ପ୍ରଶିକ୍ଷଣ ଶିବିର ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇ ସମସ୍ତ ୧୩ଟି କ୍ଲଷ୍ଟରର ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଦାସ ପ୍ରକାଶ କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ