ବାବା ବିଶ୍ଵକର୍ମା ଅପରେଟର ସଂଘ,ଓଡ଼ିଶାର ତୃତୀୟ ବାର୍ଷିକ ଉତ୍ସବ ପାଳିତ।

Oct 2, 2024 - 17:21
 0  332
ବାବା ବିଶ୍ଵକର୍ମା ଅପରେଟର ସଂଘ,ଓଡ଼ିଶାର ତୃତୀୟ ବାର୍ଷିକ ଉତ୍ସବ ପାଳିତ।

କେନ୍ଦୁଝର, ଜିଲ୍ଲା ଆଜି ପବିତ୍ର ଗାନ୍ଧୀ ଜୟନ୍ତୀରେ ବାବା ବିଶ୍ଵକର୍ମା ଅପରେଟର ସଂଘ,ଓଡ଼ିଶା ପକ୍ଷରୁ ସଂଘର ୩ୟ ବାର୍ଷିକ ଉତ୍ସବ ଝୁମ୍ପୁରା ବ୍ଲକ୍ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଅସୁରଖାଲ ଠାରେ ପାଳିତ ହୋଇ ଯାଇଛି। ଏହି ଉତ୍ସବକୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅପରେଟର ମାନେ ଆସିଥିବା ବେଳେ ରାଜ୍ୟର ସବୁ ଜିଲ୍ଲାରୁ ଶହ ଶହ ଅପରେଟର ମଧ୍ୟ ଆସି ଯୋଗ ଦେଇଥିଲେ। ଏହି ଉତ୍ସବ ଅବସରରେ ସମସ୍ତଙ୍କ ଭିତରେ ଭାବ ଆଦାନ ପ୍ରଦାନ ହୋଇଥିଲା ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଲାଇସେନ୍ସଧାରୀ ଅପରେଟର ମାନେ ଯୋଗ ଦେଇ ନିଜ ଅଭାବ ଅସୁବିଧା ସଂପର୍କରେ କହିଥିଲେ। ବୈଠକ ଶେଷରେ ୩ଟି ମୁଖ୍ୟ ପ୍ରସଙ୍ଗ (୧)- କର୍ତ୍ତବ୍ୟରତ କୌଣସି ଅପରେଟରଙ୍କ ମୃତ୍ୟୁ ହେଲେ ମୃତ୍ୟୁକାଳୀନ ସହାୟତା ରାଶି କିପରି ପରିବାରକୁ ମିଳି ପାରିବ, (୨) ଆର୍ଥିକ ସ୍ଥିତି ବିଷୟରେ ଓ (୩) କୌଣସି ଅପରେଟରଙ୍କ କାର୍ଯ୍ୟରୁ ଅନ୍ତର କରା ଗଲେ କିପରି ନ୍ୟାୟ ପ୍ରଦାନ କରାଯିବ ଏହି ସବୁ ସମସ୍ୟା ସଂକ୍ରାନ୍ତରେ ଗୁରୁତର ସହ ଆଲୋଚନା ହୋଇ ଥିଲା। ତେବେ ଆଗାମୀ ଦିନରେ ସବୁ ଅପରେଟର ଭାଇ ଏକାଠି ହୋଇ ନିଜ ସ୍ବାର୍ଥ ଲାଗି ସମ୍ମିଳିତ ଲଢେଇ କରିବାକୁ ନିଷ୍ପତ୍ତି ହୋଇଥିଲା ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ