ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ବିଭାଗ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Jan 6, 2025 - 14:50
 0  22
ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ବିଭାଗ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ ଓ  ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ନୂଆପଡ଼ା : ତା:୦୫.୦୧. ୨୫ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ସକାଳୁ ସେ ପ୍ରଥମେ ଆମସେନା ଗୁରୁକୁଳକୁ ଯାଇ ବୈଦିକ ଯଜ୍ଞ୍ୟ ରେ ଭାଗ ନେଇଥିଲେ ଓ ବିଦ୍ୟାର୍ଥୀ ମାନଙ୍କ ଗହଣରେ କିଛି ସମୟ ବିତାଇ ଥିଲେ l ଏହାପରେ ସାଲିହା ସ୍ମୃତି ସ୍ତମ୍ଭ ନିକଟକୁ ଯାଇ ସ୍ବାଧିନତା ସଂଗ୍ରାମୀ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଓ 17 ଟି ଶହୀଦ ପରିବାରଙ୍କୁ ସମ୍ମାନୀତ କରିଥିଲେ l ଏହାପରେ ହରିପୁର ସ୍ଥିତ ଗୁରୁକୁଳ ଆଶ୍ରମ ପରିଦର୍ଶନ କରିଥିଲେ l ତତ୍ପରେ ଖରୀଆର ରୋଡ ସହରରେ ନୂତନ ବସ୍ ଷ୍ଟାଣ୍ଡର ଭୂମିପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ବିଭାଗ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ l ଏଥିରେ ସମ୍ମାନୀତ ଅତିଥି ଭାବରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ନଗର ଅଧ୍ୟକ୍ଷା ସୋନିଆ ଜୈନ୍, ନଗର ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା ପ୍ରମୁଖ ଯୋଗ ଦେଇଥିଲେ l ଏହାପରେ ଖରୀଆର ରୋଡରୁ ଶେମିଳିଗୁଡା ନୂତନ ଭଲ୍ଭୋ ବସ୍ ର ଶୁଭାରମ୍ଭ କରିଥିଲେ l ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷ ସମଗ୍ର ନୂଆପଡ଼ା ଓ ଖରିଆର ରୋଡ ସହର ଆଜି ଚଳ ଚଞ୍ଚଳ ହୋଇ ଉଠିଥିଲା l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ