।। ବାଙ୍ଗିରିପୋଷି ଦେଇ ଯାଇଥିବା ରାଜମାର୍ଗ ୪୯ ନଂ ଜାତୀୟ ରାଜପଥ ମାଆ ଦ୍ଵାରଶୁଣି ଘାଟି ରାସ୍ତା ରେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ କରିବାଙ୍କୁ ଦାବି କଲା ଭଞ୍ଜସେନା ।।

Nov 5, 2024 - 20:57
 0  149
।। ବାଙ୍ଗିରିପୋଷି ଦେଇ ଯାଇଥିବା ରାଜମାର୍ଗ ୪୯ ନଂ ଜାତୀୟ ରାଜପଥ ମାଆ ଦ୍ଵାରଶୁଣି ଘାଟି ରାସ୍ତା ରେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ କରିବାଙ୍କୁ ଦାବି କଲା ଭଞ୍ଜସେନା ।।

ବାଙ୍ଗିରିପୋଷି ଦେଇ ଯାଇଥିବା ରାଜମାର୍ଗ ୪୯ ନଂ ଜାତୀୟ ରାଜପଥ ମାଆ ଦ୍ଵାରଶୁଣି ଘାଟି ରାସ୍ତା ରେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ମାସ ମାସ ବିତି ଯାଇଥିଲେ ସୁଦ୍ଧା ଠିକା କମ୍ପାନୀ ର ମନମୁଖୀ ଏବଂ ମନ୍ଥର ଗତି ରେ କାର୍ଯ୍ୟ ଯୋଗୁଁ ଘାଟି ରାସ୍ତା ଅଧିକାଂଶ ସମୟ ରେ ଜାମ ରହିବା,ଛୋଟ ବଡ ଦୁର୍ଘଟଣା ମାନ ଘଟିବା , ଶାସନ ପ୍ରଶାସନ ମଧ୍ୟ ଏସବୁ କୁ ନିଘା ନ ଦେବା ଏସବୁ ସମସ୍ୟା କୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ର ଏକମାତ୍ର ଅଗ୍ରଣୀ ଯୁବ ଓ ଛାତ୍ର ସଂଗଠନ ତଥା ମୟୂରଭଞ୍ଜ ର ଜାଗ୍ରତ ପ୍ରହରୀ ଭଞ୍ଜସେନା ୨୬ ସେପ୍ଟେମ୍ବର ଗୁରୁବାର ସକାଳ ୬ ଘଟିକା ରୁ ଜାତୀୟ ରାଜମାର୍ଗ ୪୯ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହରତାଳ କରାଯିବା ନେଇ ଘୋଷଣା କରିଥିଲା କିନ୍ତୁ ସେପ୍ଟେମ୍ବର ୨୦ ରୁ ଅକ୍ଟୋବର ୨୦ ପ୍ରଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କର ଅମିନ, ଆର ଆଇ ଏବଂ ଅନlନ୍ୟ ପରୀକ୍ଷା ରହୁଥିବାରୁ ବାଙ୍ଗିରିପୋଷି ଏବଂ ବିଶୋଇ ଅଞ୍ଚଳର ଜନସାଧାରଣ ତଥା ଅଭିଭାବକଗଣ ଭଞ୍ଜ ସେନା ନେତୃବୃନ୍ଦ ଙ୍କୁ ଅକ୍ଟୋବର ୨୦ ପ୍ରଯ୍ୟନ୍ତ ଉକ୍ତ ହରତାଳ କୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ତେଣୁ ମୟୂରଭଞ୍ଜ ର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ଏବଂ ଅଭିଭାବକ ଙ୍କ ଲିଖିତ ଅନୁରୋଧ ରକ୍ଷା କରି ଭଞ୍ଜ ସେନା ପ୍ରତିଷ୍ଠାତା ଶ୍ରୀ କଳିଙ୍ଗ କେଶରୀ ଜେନା ସେପ୍ଟେମ୍ବର ୨୬ ରେ ହେବାକୁ ଥିବା ହରତାଳ କୁ ଆଗାମୀ ଅକ୍ଟୋବର ୨୦ ତାରିଖ ପ୍ରଯ୍ୟନ୍ତ ସ୍ଥଗିତ ରଖିବା ନେଇ ନିର୍ଣ୍ଣୟ ନେଇଥିଲେ କିନ୍ତୁ ଆଜି ନଭେମ୍ବର ୫ ତାରିଖ ପ୍ରଯ୍ୟନ୍ତ ଘାଟି ରାସ୍ତା ମରାମତି ଏଵଂ ସମ୍ପ୍ରସାରଣ ଦିଗରେ କୌଣସି ନେତା ଶାସନ କି ପ୍ରଶାସନ ନିଘା ନ ଦେବା ଏଵଂ ଘାଟି ରାସ୍ତା ସମସ୍ୟା ର ସମାଧାନ ଦିଗରେ ନୀରବ ରହିବା ଆମ ମୟୂରଭଞ୍ଜ ପାଇଁ ଦୁଃଖ ଓ ପରିତାପ ର ବିଷୟ କିନ୍ତୁ ମୟୂରଭଞ୍ଜ ର ଜାଗ୍ରତ ପ୍ରହରୀ ଭଞ୍ଜ ସେନା ତାର ସ୍ଥଗିତ ଆନ୍ଦୋଳନ କୁ ପୁଣି ଥରେ ହାତ କୁ ନେଇଛି l ପ୍ରତିଷ୍ଠାତା ଶ୍ରୀ କଳିଙ୍ଗ କେଶରୀ ଜେନା ଙ୍କ ଆହ୍ଵାନ କ୍ରମେ ଆଜି ନଭେମ୍ବର ୫ ତାରିଖ ମା ଦ୍ଵାର ଶୁଣି ମନ୍ଦିର ବେଢ଼ା ରେ ଭଞ୍ଜ ସେନା ର ଜିଲ୍ଲା ଆଦିବାସୀ ସଭାପତି ଶ୍ରୀ ବାଜୁନ ହାଁସଦା ଙ୍କ ଅଧ୍ୟକ୍ଷତା ରେ ଘାଟି ରାସ୍ତା ସମସ୍ୟା ସମାଧାନ ପାଇଁ ଗୋଟିଏ ବୈଠକ ଅନୁଷ୍ଠିତ ହେଇଯାଇଛି l ଉକ୍ତ ବୈଠକରେ "ମରଣଯନ୍ତା ପାଲଟିଥିବା ଦ୍ୱାରସୁଣୀ ଘାଟୀର ସଂମ୍ପ୍ରସାରଣ ପାଇଁ ତୁରନ୍ତ ଟେଣ୍ଡର ଆହ୍ୱାନ କରାଯାଉ ଆଉ କାର୍ଯ୍ୟ ଆରମ୍ଭ ନହେବା ପର୍ଯ୍ୟନ୍ତ ଲୌହଖଣିଜ ବୋଝେଇ ଟ୍ରକ ଚଳାଚଳ ସଂମ୍ପୂର୍ଣ ବନ୍ଦ ରଖିବା ସହିତ କେବଳ ନିତ୍ୟ ବ୍ୟବହାର୍ଯ୍ୟ ବୋଝେଇ ଟ୍ରକ, ବସ ଓ ସାଧାରଣ ଜନତା ଏହି ରାସ୍ତାରେ ଚଳପ୍ରଚଳ କରିପାରିବେ ବୋଲି ପ୍ରସ୍ତାବ ଗୃହୀତ ହୋଇଅଛି |ଆଉ ଉକ୍ତ ପ୍ରସ୍ତାବ ଗୁଡିକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଲାଗି ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଆସନ୍ତା ନଭେମ୍ବର ୧୭ ତାରିଖ ରବିବାର ଦିନ ଦ୍ୱାରସୁଣୀ ମନ୍ଦିର ପାଖରେ ସଖାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଅଛି | ଆଜିକାର ବୈଠକ ରେ ଜିଲ୍ଲା ଉପାଧ୍ୟକ୍ଷା ସୁଶ୍ରୀ କନିକା ବୋଷ, ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ସନ୍ତୋଷ ଗିରି, ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟ ପ୍ରକାଶ ମହାନ୍ତି,ଜିଲ୍ଲା ଉପସଭାପତି ମନୋରଞ୍ଜନ ବାରିକ, ସାରସକଣା ବ୍ଲକ ସଭାପତି ହାଡିବନ୍ଧୁ ମହାନ୍ତ, କୁଳିଅଣା ବ୍ଲକ ସଭାପତି ଅମିତ୍ କୁମାର ବାବୁ,ବାଙ୍ଗିରିପୋଷି ଛାତ୍ର ଶାଖା ସଭାପତି ସୁମିତ ପାତ୍ର, ବାଙ୍ଗିରିପୋଷି ବ୍ଲକ ଉପସଭାପତି ସୁମନ୍ତ ଗିରି , ସରୋଜ ବlସ୍କେ,ଲିକୁ ସହିତ ବହୁ ଭଞ୍ଜ ସେନା କର୍ମୀ ଉପସ୍ଥିତ ଥିଲେ l

 ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ