।। ବାଇକ୍ ଧକା ରେ ପଥଚାରୀ ମୃତ ।।

Aug 12, 2024 - 17:56
 0  174
।। ବାଇକ୍ ଧକା ରେ ପଥଚାରୀ ମୃତ ।।

ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆପାଳ ଛକ ସ୍ଥିତ ବାରିକପଡ଼ା ଗାଁ ମୁଣ୍ଡ ରେ ଶୁକ୍ରବାର ସନ୍ଧ୍ୟା ରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବାଇକ୍ ଆରୋହୀ ଙ୍କ ଶକ୍ତ ଧକା ରେ ପଥଚାରୀ ଙ୍କ ମୃତ ଘଟିଛି ବୋଲି ବରୀ ଥାନା ରେ ଅଭିଯୋଗ ହୋଇଛି ସୂଚନା ଅନୁଯାୟୀ ବାରିକପଡ଼ା ଗ୍ରାମର ପ୍ରହଲ୍ଲାଦ ଦାସ ଚାଲିଚାଲି ନିଜ ଗାଁ କୁ ଫେରୁଥିବା ସମୟ ରେ ପଛପଟୁ ଏକ ବାଇକ୍ ଆରୋହି ଶକ୍ତ ଧକ୍କା ଦେଇ ଦୃତଗତି ରେ ଚାଲିଯାଇଥିଲେ। ଘଟଣା ସ୍ଥଳରେ ପ୍ରହ୍ଲାଦ ତଳେ ପଡି ଛଟପଟ ହୋଇ ଚେତସୁନ୍ୟ ହୋଇପଡ଼ିଥିଲେ। ପରିବାର ଲୋକେ ସାଙ୍ଗ ସାଥୀ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ। ସେଠାରେ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ କୁ ନେଉଥିବା ବେଳେ ବାଟରେ ପ୍ରହଲ୍ଲାଦ ଙ୍କ ମୃତୁ ଘଟିଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 2
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ