।। ବଲୋଦା ଠାରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଅଟକ ।।

Oct 23, 2024 - 03:18
 0  26
।। ବଲୋଦା ଠାରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଅଟକ ।।

ନୂଆପଡା- ନୂଆପଡା ଜିଲ୍ଲା ସଦର ବ୍ଳକ ବଲୋଦା ଗ୍ରାମରେ ବେଆଇନ କାଠକାରବାର ହେଉଥିବାର ଖବର ପାଇବା ପରେ ଆଜି ଖଡିଆଲ ବନଖଣ୍ଡ ଅଧିକାରି ଅଜିଜ ଖାନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖରିଆରରୋଡ ରେଞ୍ଜ ପକ୍ଷରୁ ବଲୋଦା ରେ ଚଢାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ, କରଡ କାଠ କାଟିବା ମେସିନ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି । ଏବଂ ଘଟଣାରେ ଜଣକୁ ବନ ବିବାଗ ଅଟକ ରଖିଛି । ଏହି ଚଢାଉ ସମୟରେ ବନପାଲ ରଂଜିତ ସିଂ, ବାବୁ ବିନୋଦ କୁମାର ନାଏକ, କ୍ଷମାନିଧୀ ଶବର, ଖଗେଶ୍ବର ମାଝୀ, କାଦ୍ଵାରାମ ନାଏକ ସମେତ ପୁଲିସ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ମୁତାବକ ବେଲୋଦ ଗ୍ରାମର କାଲିରାମ ସାହୁ (୩୫) ବହୁଦିନଧରି ଶାଗୁଆନ କାଠ କରିବାର କରିଅସୁଥିଲା ଅଜି ବନ ବିଭାଗ କାଲିରାମ କୁ ଅଟକ ରଖିଛି । ତାଠାରୁ ପ୍ରାୟ ୧୨ଟି ଶାଗୁଆନ ଗଣ୍ଡି ପଟା ଓ ଅନ୍ୟାନ୍ୟ ଉପକରଣ ଜବତ ହୋଇଛି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ