ବଲଙ୍ଗୀ ନୂତନ ବିଦ୍ୟାଳୟ କୋଠା ନିର୍ମାଣ କାର୍ଯ୍ୟ ନିମ୍ନମାନର:ହସ୍ତାନ୍ତର ପୁର୍ବରୁ ଉଡିଗଲା ଟିଣ

Jul 20, 2025 - 10:14
 0  102
ବଲଙ୍ଗୀ ନୂତନ ବିଦ୍ୟାଳୟ କୋଠା ନିର୍ମାଣ କାର୍ଯ୍ୟ ନିମ୍ନମାନର:ହସ୍ତାନ୍ତର ପୁର୍ବରୁ ଉଡିଗଲା ଟିଣ

କଳାହାଣ୍ଡି:ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା ତ:-୨୦/୦୭/୨୫ ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ବଲଙ୍ଗି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ।ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛୁଆଙ୍କୁ ଶିକ୍ଷାଦାନ କରାଯାଏ। ପିଲାଏ ପଢିବେ କ’ଣ ଏବଂ ବୁଝିବେ କ’ଣ? ଏଠାରେ ଜଳଜଳ ହୋଇ ବାରି ପଡୁଛି କେତେ ଉଜ୍ଜ୍ୱଳ ଏଇ ଶିଶୁଙ୍କ ଭବିଷ୍ୟତ।ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏଇ ଗରିବ ଛୁଆଙ୍କ ହକ୍ ଓ ଅଧିକାରକୁ କ୍ଷୁର୍ଣ୍ଣ କଲାଭଳି ଚିତ୍ର ଏଠାରେ ଦୃଶ୍ୟମାନ। ସବୁକିଛି ବୁଝିବା ପୁର୍ବରୁ ଅବୁଝା ହୋଇପଡେ ସରକାରୀ ବ୍ୟବସ୍ଥା। ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଗ୍ରାମାଞ୍ଚଳ ମାନଙ୍କରେ ବିଦ୍ୟାଳୟ ମାନ ସ୍ଥାପନା କରିଥିଲେ। ଛୁଆଙ୍କୁ ପାଠ ପଢା ପାଇଁ ଆଉ ବେଶୀ ଦୂର ଯିବାକୁ ପଡିବନି।ନିଜ ନିଜ ଗାଁ ସ୍କୁଲରେ ପାଠ ପଢିବାର ସୁଯୋଗ ପାଇପାରିବେ।ଏଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ୧୯୬୮ ମସିହା ସମୟରେ ଏହି ଗାଁରେ ମଧ୍ୟ ଏକ ବିଦ୍ୟାଳୟ ସ୍ଥାପନା କରାଯାଇଛି। ପରବର୍ତ୍ତୀ ସମୟ ମଧ୍ୟରେ ବିଦ୍ୟାଳୟ ର ସ୍ଥାନ ପରିବର୍ତ୍ତନ ହୋଇ ୧୯୯୬ ମସିହାରେ ଜନୈକ ଆଦିବାସୀ ଲୋକଙ୍କ ଜାଗାରେ ବୁଝାମଣା ସ୍ବରୂପ ଏକ ବିଦ୍ୟାଳୟ କୋଠା ନିର୍ମାଣ ହୋଇଥିଲା।ଯାହା କିଛିବର୍ଷ ହେଲା ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ।ଏହାକୁ ଦୃଷ୍ଟିରେ ରଖି ୨୦୧୨ ମସିହାରେ ମାତ୍ର ଗୋଟିଏ ଶ୍ରେଣୀ ବିଶିଷ୍ଟ ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା।କେବଳ ଏହାହିଁ ଏକମାତ୍ର ଅଣନିଶ୍ବାସୀ ବିକଳ୍ପ ।ବର୍ତ୍ତମାନ ଏହି କୋଠରୀରେ ୩୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ଦୁଇଜଣ ଶିକ୍ଷକ ଅଛନ୍ତି ହେଲେ ଏଇ ଗୋଟିଏ କୋଠରୀରେ କିପରି ୫ ଗୋଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କିପରି ଶିକ୍ଷାଦାନ କରାଯାଉଛି ତାହା ଅନୁମେୟ।ବର୍ତ୍ତମାନ ଯେଉଁଠି ଏହି ବିଦ୍ୟାଳୟ କୋଠାଟି ଜନୈକ ମାଲିକାନାରେ ରହିଥିବା ବେଳେ ଯଥା ସମ୍ଭବ ଖାଲି କରନ୍ତୁ ବୋଲି ସମ୍ପୃକ୍ତ ଜାଗା ମାଲିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛନ୍ତି। ଅନ୍ୟ ପଟରେ ଗ୍ରାମର ଏକ ସରକାରୀ ଜାଗାରେ ନୂତନ ବିଦ୍ୟାଳୟ କୋଠା ନିର୍ମାଣ ହେଇସାରିଛି। କିନ୍ତୁ ପ୍ରଶାସନକୁ ହସ୍ତାନ୍ତର କରିବା ପୁର୍ବରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ଏହି କୋଠା ନିମ୍ନମାନର କାମ ଯୋଗୁଁ ଘରର ଟିଣ ଛାଡ ଉଡିଯାଇଥିବା ଦେଖିବାକୁ ମିଳିଛି। ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ଛାତ ନ ପଡି କାହିଁକି ଟିଣ ଢାଙ୍କି ଦିଆଗଲା ବୋଲି ସ୍ଥାନୀୟ ଲୋକଙ୍କ ମୁଖରେ ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ କାରଣ ବୁଝିଲା ପରେ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବା ବେଳେ ଏହାର ତୁରନ୍ତ ମରାମତି କରାଯିବା ନେଇ ଉତ୍ତର ରଖିଥିଲେ। ହେଲେ ବିଡ଼ିଓ ମଧ୍ୟ ଏହି ବିଦ୍ୟାଳୟର ସମସ୍ୟା ଓ ନବନିର୍ମିତ ବିଦ୍ୟାଳୟ କୋଠା ସମ୍ପର୍କରେ ଅବଗତ ନଥିବା ପ୍ରଶାସନିକ ଦୁର୍ବଳତା ଓ ଅବହେଳା ନୁହେଁ ତ ଆଉ କ’ଣ? ଏହାର ଉଚିତ ତଦନ୍ତ ଆବଶ୍ୟକ ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏସବୁ ସମସ୍ୟା ଭିତରେ କେମିତି ପାଠ ପଢା ହେବ କିପରି ଏଇ କୋମଳମତୀ ଶିଶୁଙ୍କ ସୁନେଲି ସ୍ବପ୍ନ ଗଢାଯିବ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନ ଶିକ୍ଷକ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ