।। ବର୍ଷ ଏକ ଉପ ଲବ୍ଧ ଅନେକ ।।

Jun 13, 2025 - 20:57
 0  14
।। ବର୍ଷ ଏକ ଉପ ଲବ୍ଧ ଅନେକ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ବିକାଶ ବାହାନ ଯାତ୍ରା ରଥ ଦ୍ଵିତୀୟ ଦିନ ଆଜି ତା 13/06/2025ରିଖ ଶୁକ୍ରବାର ଦିନ କାଣୀଗୁମା ପଞ୍ଚାୟତ କୁ ପହଞ୍ଚିଲା l ଏଥିରେ ମୁଖ୍ୟ ଅତିଥି ଭାବେବ୍ଲକ ଅଧକ୍ଷ ଦୟାନିଧି ମାଝୀ, କାଣୀଗୁମା ସରପଞ୍ଚ ଦ୍ରୁବ ଚରଣ ମାଝୀ, ସମିତି ଉପେନ୍ଦ୍ର ନାଏକ, ନାଏକ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଶିଷ ସୁନାନୀ, w. E. O., b.s.s.o, m. I, B. p. C., C. D. P. O, ସହ କିଛି ବିଭାଗ ର ଅଧିକାରୀ ସମେତ ପଞ୍ଚାୟତ ବାସୀ ଉପସ୍ଥିତ ହୋଇ ସଭା କୁ ସାଫଲ୍ୟ କରିଥିଲେ l ସରକାରଙ୍କ ଯୋଜନା କେତେ ପରିମାଣରେ ସାଧାରଣ ଜନତା ବା ପ୍ରକୁତହିତାଧିକାରୀ ମାନଙ୍କୁ ସୁବିଧା ମିଳୁଛି ତାହା ଜାଣିବା ସହ କେମିତି କଲେ ସରକାରଙ୍କ ଅନେକ ଯୋଜନାରେ ଜନତା ଯୋଡି ହୋଇ ଯୋଜନାର ଲାଭ ପାଇପାରିବେ l ସେହିପରି କିଛି ଲୋକଙ୍କୁ ସୁଭଦ୍ରା, କିଷାନ ଯୋଜନା, ଆଭାସ ଯୋଜନା, ଅନ୍ତଃଦୟ ଆବାସ ଯୋଜନା, ଭତ୍ତା, ରେସନ କାର୍ଡ, ଜବ କାର୍ଡ, ବୋଳି ଅନେକ ଯୋଜନା କୁ ଲୋକଙ୍କୁ ସଚେତନ କରିବାକୁ ଏବଂ ସମାଧାନ କରିବା ପାଇଁ ବ୍ଲକ ପ୍ରଶାସନ ପଞ୍ଚାୟତ କୁ ଯାଇ ବିକାଶ ବାହନଯାତ୍ରା ସରକାର ନିର୍ଦେଶ ଦେଇ ଛନ୍ତି l ମୁଖ୍ୟ ତ ଆଧାର ନାହିଁ ତ କିଛି ନାହିଁ ତେଣୁ ଏଥିରେ ଆଧାର ବି କରାଇବା ପାଇଁ ସୁବିଧା କରିଛନ୍ତି l ଏହି ବିକାଶ ବାହନ ଯାତ୍ରା ଆସନ୍ତା 21/06/2025ରିଖ ପର୍ଯ୍ୟନ୍ତ ଚାଲିବ l ଏହା ପ୍ରତି ପଞ୍ଚାୟତ କୁ ବିକାଶ ବାହନ ଯାତ୍ରା ଯାଇ ସଚେତନ କରିବା ନେଇ ସୂଚନା ମିଳିଛି l

 କଲାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ