।। ବରୀରେ ମିଳିତ ଜନଶୁଣାଣି ଶିବିର ଜିଲାପାଳ ପି. ଅନ୍ଵେଷା ରେଡ୍ଡୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।।

Oct 1, 2024 - 15:30
 0  226
।। ବରୀରେ ମିଳିତ ଜନଶୁଣାଣି ଶିବିର ଜିଲାପାଳ ପି. ଅନ୍ଵେଷା ରେଡ୍ଡୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।।

ବରୀ ବ୍ଲକ କାର୍ଯ୍ୟାଳୟଠାରେ ସୋମବାର ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣି ଶିବିରରେ ୬୭୩ଟି ଅଭିନେ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ବିଗତ ଦିନରେ ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଅଭିଯୋଗ କରି ଆସୁଥିଲେ । ହେଲେ ସବୁ ଅଭିଯୋଗର ପାଗର ସମାଧାନ ହୋଇ ହାଇ ନ ନ ପାରିବାରୁ ଜନ ଶୁଣାଣି ଶିବିରରେ କ୍ରମଶଃ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ନୂଆ ସରକାର ଓ ନୂତନ ଭାବେ ଯୋଗ ଦେଇଥିବା ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଜନ ଶୁଣାଣି ଶିବିରରେ ଆସିଥିବା ଅଭିଯୋଗଗୁଡ଼ିକୁ ଗୁରୁତ୍ୱ ଦେଉଥିବାରୁ ଅଭିଯୋଗ ସଂଖ୍ୟା ବଢ଼ିବାର ଅନ୍ୟ ଏକ କାରଣ ବୋଲି ଏଠାରେ ଆଲୋଚନା ହେଉଛି। ଅଧୀକ୍ଷକ ଆରକ୍ଷୀ ବିନୀତ ଅଗ୍ରୱାଲ, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେଉରିଆ, ଆ, ଅତିରିକ୍ତ ଜିଲାପାଳ ନବ କିଶୋର ଜେନା, ଉପ ଜିଲାପାଳ ଅଂଶୁମାନ ଶତପଥୀ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଶୁଭେନ୍ଦ୍ର ସାମଲ, ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ପଞ୍ଚାନନ ମଲିକ, ତହସିଲଦାର ସାଇଶ୍ରୀ ଲୋକନାଥ ସେଠୀ, ମୁଖ୍ୟ ଚିକିତ୍ସା ଅଧିକାରୀ ଶୁଭାଶିଷ ମହାର ରଣାଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

 ,ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ