।। ବରୀର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ପାଳିତ ।।

Jul 7, 2024 - 20:31
 0  119
।। ବରୀର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ପାଳିତ ।।

ବରୀ : ବରୀ ଅଂଚଳରେ ବିଭିନ୍ନ ସ୍ଥାନରେ ମହା ପ୍ରଭୁଙ୍କର ରଥ ଯାତ୍ରା ପାଳିତ ହୋଇଯାଇଛି। ବରୀ ଆନନ୍ଦପୁର, ଅଲିପୁର, କୁଶ୍ବବଟ, କାଇପଡା, ବାଲିବିଲି,ଅରଙ୍ଗାବାଦ,ଚକାଡ଼ୋଳା ଯୁବପରିଷଦ ବରୀ ଆନନ୍ଦପୁର ଆନୁକୂଲ୍ୟରେ ୩୭ ତମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଶାର ଷୋଡ଼ଶ ଉପଚାର ପୂଜା, ବଡ଼ ସିଂହାର ବେଶ, ହୋମ ଆଦି କରାଯାଇଥିଲା। ଚତ୍ରୁର୍ଦ୍ଧା ମୃତ୍ତି ପହଣ୍ଡି ହୋଇ ରଥରୁଢ଼ ହୋଇଥିଲେ। ଯଥା ବିଧି ଅନୁଶାର ଛେରାପହଁରା କରିଥିଲେ। ରଥରୁଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କର ପ୍ରବଳ ଭିଡ଼ ହୋଇଥିଲା।ଶଙ୍ଖ,ହୁଳହୁଳି, ଘଣ୍ଟ,କର୍ତାଳ, ଭଜନ କୀର୍ତ୍ତନ କରି ଆନନ୍ଦ ଉଲ୍ଲାସର ଶହଶହ ଭକ୍ତ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ବରୀମାଉଣ୍ଡ ଠାରେ ପହଞ୍ଚିଥିଲା । ଏହି ରଥ ଟଣା ଉତ୍ସବରେ ଆଖପାଖ ଗାଁର ବହୁ ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ,ବଡ଼ ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରାଙ୍କ ଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଚକାଡ଼ୋଳା ଯୁବପରିଷଦ ସମସ୍ତ କର୍ମକର୍ତ୍ତାଙ୍କ ଦ୍ବାରା ପରିଚାଳନା କରିଥିଲେ । ଆଇନଶୃଙ୍ଖଳା ପାଇଁ ବରୀ ରାମଚନ୍ଦ୍ର ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ବରୀ ରୁ ରଞ୍ଜିତ ମହାନ୍ତି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 1
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ