।। ବରୀ ତହସିଲରେ ମନମୁଖ୍ ପଲିଥୁନ ବଣ୍ଟନ:ଅସନ୍ତୋଷ ପରେ ଫେରାଇଦେବାକୁ ନୋଟିସ ।।

Oct 28, 2024 - 06:12
 0  12
।। ବରୀ ତହସିଲରେ ମନମୁଖ୍ ପଲିଥୁନ ବଣ୍ଟନ:ଅସନ୍ତୋଷ ପରେ ଫେରାଇଦେବାକୁ ନୋଟିସ ।।

୨୧ ବଣ୍ଡଲ ପଲିଥୁନ ଅକ୍ତିଆର କଲା ପ୍ରଶାସନ ତହସିଲବାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ବାତ୍ୟା 'ଦାନା' ପ୍ରଭାବରେ ଯାଜପୁର ଜିଲା ବରୀ ବ୍ଲକ୍ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି । ବହୁ ଚାଳଛପର ଘର ଭାଙ୍ଗିପଡ଼ିଛି । ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ସରକାରଙ୍କ ତରଫରୁ ତୁରନ୍ତ ପଲିଥୁନ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବରୀ ତହସିଲର ପ୍ରଶାସନ ମନମୁଖ୍ ଭାବେ ପଲିଥୁନ ବଣ୍ଟନ କରିଛି। ଫଳରେ ଏହାକୁ ନେଇ ଶନିବାର ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବରୀ ଭାଜପା ନେତା ଉମେଶ ଜେନାଙ୍କ ନେତୃତ୍ବରେ ଶତାଧୂକ କର୍ମୀ ତହସିଲ କାର୍ଯ୍ୟାଳୟରେ ପହ‌ଞ୍ଚି ଏଭଳି ବେଆଇନ କାର୍ଯ୍ୟର ବିରୋଧ କରିଛନ୍ତି। ଏହାପରେ ବଣ୍ଟନ କରାଯାଇଥିବା ପଲିଥୁନ ଫେରାଇ ଦେବାକୁ ଚହସିଲ ପକ୍ଷରୁ ଲୋକଙ୍କୁ ନୋଟିସ କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିୟମ ଅନୁଯାୟୀ, କ୍ଷତିଗ୍ରସ୍ତ ଅଞ୍ଚଳ ଦାୟିତ୍ବରେ ଥିବା ଅଧିକାରୀମାନେ କେଉଁ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ସେମାନଙ୍କ ପଲିଥୁନ ବଣ୍ଡନ ଅନିୟମିତତା ନେଇ ଭାଜପା ମଧ୍ୟରୁ କେଉଁମାନେ ପଳିଥୁନ ପାଇବାକୁ ଯୋଗ୍ୟ ତା'ର ତାଲିକା ପ୍ରସ୍ତୁତ କରିବା ପରେ ପଲିଥୁନ ଯୋଗାଇ ଦିଆଯିବା କଥା। ମାତ୍ର ତହସିଲ ପ୍ରଶାସନ ତରଫରୁ କୌଣସି ପଦପଦବୀରେ ନ ଥିବା ଜଣେ ବ୍ୟକ୍ତିଙ୍କୁ ପଲିଥୁନ ବଣ୍ଟନ କରିବାକୁ ଦିଆଯାଇଛି। ଏନେଇ ନେତାମାନେ ତହସିଲଦାରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି I ତହସିଲ କାର୍ଯ୍ୟାଳୟରେ ଭାଜପା କର୍ମୀଙ୍କ ସମେତ ବାତ୍ୟା ଦ୍ବାରା ପ୍ରଭାବିତ ଶହଶହ ଲୋକ ପହଞ୍ଚି ପ୍ରଶାସନ ମନମୁର୍ଖ ଭାବେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛନ୍ତି। ଏହାକୁ ନେଇ ନେତାମାନେ ତହସିଲଦାରଙ୍କ ସହ ଆଲୋଚନା କରୁଛନ୍ତି ତହସିଲରେ ଉତ୍ତେଜନା ପ୍ରକାଶ ପାଇବାରୁ ଖବର ପାଇ ଯାଜପୁର ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧୁକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ ବେଉରିଆ ପହଞ୍ଚୁ ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି କରିଥିଲେ। ମାତ୍ର ଲୋକେ ତଦନ୍ତ କରିବାକୁ ଦାୟିତ୍ବରେ ଥିବା ଅଧିକାରୀ ଘଟଣାସ୍ଥଳକୁ ନ ଯିବା ପର୍ଯ୍ୟନ୍ତ ସେମାନେ ତହସିଲ କାର୍ଯ୍ୟାଳୟ ପରିସରରୁ ଯିବେନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଥିଲେ। ପରିସ୍ଥିତିକୁ ଆଖ୍ ଆଗରେ ରଖ୍ କାର୍ଯ୍ୟନିର୍ବାହୀ ଅଧୁକାରୀ ବେଉରିଆ, ବରୀ ତହସିଲଦାର ସାଇଶ୍ରୀ ଲୋକନାଥ । ସେଠୀ, ବିଡିଓ ପଞ୍ଚାନନ ମଳିକ, ଏ.ତିଓ ମହେଶ୍ବର ସେଠୀ ଜଳାମାଟିଆ ପଞ୍ଚାୟତକୁ ଯାଇ ଲୋକଙ୍କୁ ଦିଆଯାଇଥିବା ପଲିଥୁନ ସୁଚାରୁ ରୂପେ ବଣ୍ଟନ କରାଯାଇଛି କି ନାହିଁ ଅନୁଧ୍ୟାନ କରିଥିଲେ । ସେହି ପଞ୍ଚାୟତର କୌଣସି ପଦପଦବୀରେ ନ ଥିବା ଜଣେ ବ୍ୟକ୍ତି ଚହସିଲ ରେଜିଷ୍ଟରରେ ଦସ୍ତଖତ କରି ପରିଥୁନ ବଣ୍ଟନ କରିବାକୁ ଦାୟିତ୍ୱ ନେଇଥିବା ଜଣାପଡିଥିଲା। ଫଳରେ ତହସିଲଦାରଙ୍କ ଏଭଳି ମନମୁଖ କାର୍ଯ୍ୟକୁ ନେଇ ନିର୍ବାହୀ ଅଧିକାରୀ ବେଉରିଆ ଅସନ୍ତୋଷ ବ୍ୟକ୍ତ କରିବା ସହ ମୋଟ ୪୦ ବଣ୍ଡଲ ପଲିଥୁନ ମଧ୍ୟରୁ ୨୧ ଦଣ୍ଡଇ ନିଜ ଅକ୍ତିଆରକୁ ନେଇ କାଇପଡ଼ା ରାଜସ୍ବ ନିରୀକ୍ଷକଙ୍କ ଦାୟିତ୍ଵରେ ରଖିଥ‌ିବା ସୂଚନା ମିଳିଛି। ରାଜ୍ୟ ସରକାର ସରକାରୀ ସହାୟତା ଯୋଗାଇବା କ୍ଷେତ୍ରରେ ସ୍ବଚ୍ଛତା ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ବ୍ଲକ୍‌ରେ ତା'ର ଉଲ୍ଲଙ୍ଘନ କରାଯାଇଛି। ଏଠାରେ ପ୍ରଶ୍ନଉଠେ କୌଣସି ପଦ ପଦବୀରେ ନ ଥିବା ବ୍ୟକ୍ତିଙ୍କୁ ତହସିଲଦାର କେଉଁ ଉଦ୍ଦେଶ୍ୟରେ ପଲିଥୁନ୍ ବଣ୍ଟନ ଦାୟିତ୍ଵ ଦେଇଥିଲେ। ଲାଜପା ନେତା ରମେଶ ଜେନାଙ୍କ ସହ ରାଜ୍ୟ ପଛୁଆବର୍ଗ ଉପସଭାପତି ଆଶୁତୋଷ ପରିଡ଼ା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ରବୀନ୍ଦ୍ର ଯେନା, ସରପଞ୍ଚଙ୍କ ପ୍ରତିନିଧ୍ ଶରତ ପରିଡ଼ା, ମନୋଜ ମଲ୍ଲ, ସରପଞ୍ଚ ମାନସ ଯେନା, ସରୋଜ ପଣ୍ଡା, ଅଜିତ ଜେନା ଓ ରଘୁନାଥ ବେହେରାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ଘଟଣା ସମ୍ପର୍କରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଳାମାଟିଆ ପଞ୍ଚାୟତ ଲୋକଙ୍କ ଅଭିଯୋଗ ଅନୁସାରେ ତହସିଲ ପ୍ରଶାସନ ତରଫରୁ ସୁଚାରୁ ରୂପେ ପଲିଥୁନ ବଣ୍ଟନ ହୋଇ ନ ଥିବାରୁ ୨୧ ବଣ୍ଡଲ ପଲିଥୁନକୁ ଛାଡ଼ି ଅବଶିଷ୍ଟ ପଲିଥୁନ ନେଇଥିବା ବ୍ୟକ୍ତି ତୁରନ୍ତ ତହସିଲ କାର୍ଯ୍ୟାଳୟରେ ପହଞ୍ଚାଇବାକୁ ନୋଟିସ ଜାରି ହୋଇଛି ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରେ ସେ ବ୍ୟସ୍ତତା ଦର୍ଶାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇନାହାନ୍ତି। ପରେ ପ୍ରତିକ୍ରିୟା ଦେବାକୁ କହିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ