ବରୀ ଅଞ୍ଚଳରେ ବଢୁଛି ଚୋର ମାନଙ୍କ ପାଦୃଭାବ

Dec 8, 2024 - 14:04
 0  201
ବରୀ ଅଞ୍ଚଳରେ ବଢୁଛି ଚୋର ମାନଙ୍କ ପାଦୃଭାବ

ବରୀ ଅଞ୍ଚଳରେ କିଛିଦିନ ହେବ ଚୋର ମାନଙ୍କ ପାଦୃଭାବ ବଢୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଗତ କାଲି ବିଳମ୍ବିତ ରାତିରେ ଚୋର ମାନେ ବରୀ ବଜାର ର ଗୋଟିଏ ଷ୍ଟେସନାରୀ ଦୋକାନ ଭାଙ୍ଗି ସର୍ବସ ଲୁଟି ନେଇଛନ୍ତି। ପରେ ଦୋକାନଟିକୁ ସମ୍ପୂର୍ଣ ଜାଳି ଦେବାକୁ ଚେଷ୍ଟା କରିଥିବା ବେଳେ କୌଣସି କାରଣରୁ ବିଫଳ ହୋଇଛନ୍ତି। ସେହିପରି ଅନ୍ୟ ଦୁଇଟି ଦୋକାନରୁ ଚୋରି କରିବା ନିମନ୍ତେ ଚାବି କୁ ପିଟି ପିଟି ଚେପା ହୋଇଥିଲେ ବି ଚାବି ଖୋଲି ପାରି ନାହାନ୍ତି। ଯାହାକୁ ନେଇ ବରୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବରୀ ବଜାରରୁ ଏଭଳି ଚୋରି ଘଟଣା ପରେ ବ୍ୟବସାୟୀ ମାନେ ଅସୁରକ୍ଷିତ ମନେ କରିଛନ୍ତି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ