ବନ୍ଧୁକ ସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେଲେ ଶିକାରୀ

Dec 15, 2025 - 20:17
 0  32
ବନ୍ଧୁକ ସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହେଲେ ଶିକାରୀ

ବାରିପଦା ତା 15/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଆଜି ବାରିପଦା ସଦର ଥାନା ଅନ୍ତର୍ଗତ ବେସରପାଣି ଗ୍ରାମର ଜଣେ ଶିକାରୀ ନିଜର ସ୍ଥାନୀୟ ୱାର୍ଡ ମେମ୍ବର ଦୈତାରୀ ଭକ୍ତାଙ୍କ ଉପସ୍ଥିତିରେ ତାଙ୍କ ଗ୍ରାମରେ ଆୟୋଜିତ ବନ୍ଧୁକ ଆତ୍ମସମର୍ପଣ ଅଭିଯାନରେ ପିଠାବଟା ଦକ୍ଷିଣ ୱାଇଲଡ ଲାଇଫ ରେଞ୍ଜର ରେଞ୍ଜ ଅଫିସରଙ୍କୁ ତାଙ୍କର ହାତ ତିଆରି ବନ୍ଧୁକ ସମର୍ପଣ କରିଛନ୍ତି. ବ୍ୟକ୍ତି ଜଣକ ସବୁଦିନ ପାଇଁ ଶିକାର ଅଭ୍ୟାସ ପରିତ୍ୟାଗ କରିବା ଏବଂ ଜୀବଜନ୍ତୁ ତଥା ପରିବେଶ ସୁରକ୍ଷା କରିବା ସହ ମୁଖ୍ୟସ୍ରୋତକୁ ଫେରିବା ପାଇଁ ପ୍ରତିଜ୍ଞା କରିଛନ୍ତି. ଏହି ଅଭିଯାନରେ ପ୍ରାୟ 55 ଜଣ ଗ୍ରାମବାସୀ ଏବଂ ପିଠାବଟା ଦକ୍ଷିଣ ୱାଇଲଡ ଲାଇଫ ରେଞ୍ଜ କର୍ମଚାରୀ ମାନେ ଉପସ୍ଥିତ ଥିଲେ. ଶିକାରୀ ଜଣଙ୍କର ଏଭଳି କାର୍ଯ୍ୟକୁ ବିଭାଗ ତଥା ଜନସାଧାରଣରେ ପ୍ରଶଂସା କରାଯାଇଛି ବୋଲି ଶିମିଳିପାଳ ଦକ୍ଷିଣ ୱାଇଲଡ ଲାଇଫ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ