।। ବଡ଼ସାହି ନିର୍ବାଚନ ମଣ୍ଡଳୀର 24ନଂ ଜୋନରେ ଜନ ସମ୍ପର୍କ ପଦଯାତ୍ରା ।।

Nov 5, 2024 - 16:28
 0  21
।। ବଡ଼ସାହି ନିର୍ବାଚନ ମଣ୍ଡଳୀର 24ନଂ ଜୋନରେ ଜନ ସମ୍ପର୍କ ପଦଯାତ୍ରା ।।

ବଡ଼ସାହି -ବଡ଼ସାହି ନିର୍ବାଚନ ମଣ୍ଡଳୀର 24ନଂ ଜୋନରେ ବିଜେଡି ର ଜନ ସମ୍ପର୍କ ପଦ ଯାତ୍ରା ହଜାର ହଜାର ସାମର୍ଥକ ଗହଣ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ଏହି ଯାତ୍ରା ର ଉଦେଶ୍ୟ ବିଷୟରେ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ୨୪ବର୍ଷ ବିଜେଡି ସରକାରର ସଫଳତା ଏବଂ ପାଞ୍ଚ ମାସର ସରକାରର ବିଫଳତା ବିଷୟରେ ଲୋକମାନେ ସଠିକ ବୁଝି ସାରିଲେଣି ବୋଲି ବଡ଼ସାହି ବ୍ଲକ ସଭାପତି ତପନ କୁମାର ପତି ଓ ପୂର୍ବତ୍ତନ ବିଧାୟକ ଗଣେଶ୍ୱର ପାତ୍ର, ଶାସନରେ ଥିବା ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ବେଳେ ଲୋକ ମାନଙ୍କୁ ଦେଇଥିବା ଇସ୍ତାହାର ଗୋଟିଏ ବି ଏ ଯାଏଁ କାର୍ଯ୍ୟକାରୀ କରିନାହାନ୍ତି ବୋଲି ବଡ଼ସାହି ନିର୍ବାଚନ ମଣ୍ଡଳୀର ଜନସାଧାରଣ ରେ ଅସନ୍ତୁଷ୍ଟ ମତବ୍ୟକ୍ତ ହୋଇଛି । ମା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନବୀନ ସରକାର ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ବେଳେ ବିଜେପି ସରକାର ମାତ୍ର ୫୦ହଜାର ଟଙ୍କା ବର୍ଷ କୁ ଦେବାପାଇଁ ପ୍ରତିଶୃତି ଦେଇଥିଲେ।କିନ୍ତୁ ତାହାକୁ ବି ଠକି ଦେଇ ବର୍ଷକୁ ୧୦ହଜାର ଲେଖାଏଁ ଦିଆଯାଇ ,୫ବର୍ଷରେ 50,000ଦିଆଯିବ ଓ ମାଗଣା 300 ୟୁନିଟ ବିଜୁଳି ଫ୍ରି ଦିଆଯିବ ବୋଲି ମିଛୁଆ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ ଜିଲ୍ଲା ମୁଖ୍ୟ ସଂଯଜକ ସୁବ୍ରମଣ୍ୟମ ମହାନ୍ତି । ପୁଣି ବିଜେଡି ସରକାର ଫେରିବ ବୋଲି ଯୁବ ସଭାପତି ନିହାର ରଞ୍ଜନ ମହାପାତ୍ର, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ରାକେଶ ମହାପାତ୍ର, ଛାତ୍ର ସଭାପତି ଦୀପକ ସାହୁ ମତ ପ୍ରକାଶ କରିଥିଲେ, ଏବେବି ସମସ୍ତ ଓଡିଶା ବାସୀ ଙ୍କ ହୃଦୟ ରେ ନବୀନ ବାବୁଙ୍କ ଲୋକପ୍ରିୟତା ରହିଅଛି, ଏହି ଜନ ସମ୍ପର୍କ ପଦ ଯାତ୍ରା ରେ ବଡ଼ସାହି ବ୍ଲକ ର ବିଜୁ ଜନତା ଦଳର ସହ ସହ କର୍ମୀ ସାମିଲ ହୋଇ ଏହି ପଦଯାତ୍ରା କୁ ସାଫଲ୍ୟ ମଣ୍ଡିତ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ