।। ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ ।।

Oct 19, 2024 - 22:08
 0  9
।। ବଜ୍ରାଘାତରେ ଛାତ୍ରୀଙ୍କ ମୃତ୍ୟୁ ।।

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡି ମାରିବା ଦ୍ଵାରା ବଜ୍ରାଘାତରେ ଏକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଛାତ୍ରୀ ଜଣକ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଏଭଳି ଘଟଣା ଘଟିଛି ।ମୃତ ଛାତ୍ରୀ ଜଣକ ହେଲେ ପଲାମୀ ଗ୍ରାମର ମଶିନ୍ଦ୍ର ମଲିକଙ୍କ ଝିଅ କଳ୍ପନା ମଲିକ (୧୪)। ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି କେଶ ନଂ. ୨୨/୨୪ ପ୍ରକାରେ ଏକ ମାମଲା ରୁଜୁ କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ