ବଜ୍ରପାତ ଘଟି ୫ ଛେଳିର ଜୀବନ ଗଲା

Jul 19, 2025 - 21:57
 0  11
ବଜ୍ରପାତ ଘଟି ୫ ଛେଳିର ଜୀବନ ଗଲା

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ବିଭିନ୍ନ ବ୍ଲକ୍‌ ଅଞ୍ଚଳରେ ଦୁଇଦିନ ହେଲା ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଛି। ଶନିବାର ଦାରିଙ୍ଗବାଡି ବ୍ଲକ୍‌ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମରେ ବଜ୍ରପାତ ଘଟି ଜୋସେଫ ପ୍ରଧାନଙ୍କ ର ୫ ଟି ଛେଳିଙ୍କ ର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ଗତ ୨ ଦିନ ହେଲା ଭାରତ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ଓ ପବନ ହେବାର ସୂଚନା ଦିଆଯାଇଥିଲା। ଏଥିପ୍ରତି ସତର୍କ ରହିବାକୁ ମଧ୍ୟ ଅନୁରୋଧ କରାଯାଉଥିଲା। କିନ୍ତୁ ଏବେ ଧାନରୁଆ କାର୍ଯ୍ୟ ଚାଲିଥିବା ସହ ଅଞ୍ଚଳରେ ଉଦ୍ୟାନ କୃଷି କାର୍ଯ୍ୟରେ ବିଭିନ୍ନ ପ୍ରକାର ପନିପରିବା ଚାଷ କାର୍ଯ୍ୟ ଚାଲିଛି। ତେଣୁ ଚାଷୀମାନଙ୍କ ଗୋରୁ, ମଇଁଷି, ଛେଳି ପଲ ମଧ୍ୟ ଜଙ୍ଗଲରେ ଚରାବୁଲା କରୁଥିବାରୁ ଅଘଟଣ ଘଟିଥିବା କୁହାଯାଇଛି। ଏଣୁ ଛେଳି ଚାଷ ଉପରେ ନିର୍ଭର କରୁଥିବା ଜୋସେଫ ଏବେ ଚିନ୍ତାରେ ପଡିଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ