।। ପ୍ରକାଶିତ ଖବରର ପ୍ରତିବାଦ କରି"ସକାଳ" ଖବର କାଗଜକୁ ନିଆଁ ଲଗାଇ ପୋଡିଲେ ।।

Apr 10, 2023 - 18:50
 0  112
।। ପ୍ରକାଶିତ ଖବରର ପ୍ରତିବାଦ କରି"ସକାଳ" ଖବର କାଗଜକୁ ନିଆଁ ଲଗାଇ ପୋଡିଲେ ।।

ବୈପାରିଗୁଡା: ଦୈନିକ ଖବରକାଗଜ "ସକାଳ" ର ଅପ୍ରେଲ ୭ ତାରିଖ ସଂସ୍କରଣରେ ପ୍ରକାଶିତ ଖବରର ପ୍ରତିବାଦ କରି ଆଜି ସନ୍ଧ୍ୟାରେ ସହିଦ୍ ଲକ୍ଷ୍ମଣ ନାୟକ ଛକ ଠାରେ "ସକାଳ" ଖବର କାଗଜକୁ ନିଆଁ ଲଗାଇ ପୋଡିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଗତ ୭ ତାରିଖ ସଂସ୍କରଣରେ ରାସ୍ତା ଅବରୋଧ କରି ପର୍ବ ନାମରେ ମାଗୁଛନ୍ତି ଚାନ୍ଦା, ସବୁ ଜାଣି ନିରବ ପ୍ରଶାସନ ଶୀର୍ଷକ ଖବରରେ ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ମାନସିକ ସ୍ତରରେ ଆଘାତ କରାଯାଇଛି। ଚଇତ ପରବ ସମୟରେ ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କୁ ଅଟକେଇ ଟଙ୍କା ପଇସା ମାଗିଥାନ୍ତି। ଯାହାକୁ ସେମାନଙ୍କ ଭାଷାରେ ପାଜର ବୋଲି କୁହାଯାଇଥାଏ। ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଥିବା ବେଳେ ଏଥିପାଇଁ ଲୋକଙ୍କୁ ଜୋର ଜୁଲମ କରାଯାଇ ନଥାଏ। ଯିଏ ଯାହା ଖୁସିରେ ଦିଅନ୍ତି ତାହା ସେମାନେ ଗ୍ରହଣ କରିଥାନ୍ତି। ତେବେ ଏହାକୁ ଚାନ୍ଦା କହି ପରମ୍ପରାକୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି। ଖବର ପ୍ରକାଶିତ ହେବା ପରେ ଆଦିବାସୀ ସମାଜରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ଏହାର ପ୍ରତିବାଦ କରି ସକାଳ ଖବରକାଗଜ କୁ ପୋଡିଥିଲେ। ବୈପାରିଗୁଡା ବ୍ଲକର ବିଭିନ୍ନ ଆଦିବାସୀ ଗୋଷ୍ଠୀର ଯୁବକ ମାନେ ଖବର କାଗଜରେ ନିଆଁ ଲଗାଇବା ସହ ବିଭିନ୍ନ ପ୍ରକାର ନାରା ଦେଇଥିଲେ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ