ପୋଡା ଅସ୍ତିଆ ଅଞ୍ଚଳର ବିକାଶ ପାଇଁ ଦାବିପତ୍ର

Nov 18, 2025 - 21:24
 0  5
ପୋଡା ଅସ୍ତିଆ ଅଞ୍ଚଳର ବିକାଶ ପାଇଁ ଦାବିପତ୍ର

ବାରିପଦା ତା 18/11(ଫାଷ୍ଟ୍ ନ୍ୟୁଜ ଓଡ଼ିଶା) ପୋଡ଼ାଅସ୍ତିଆ ବିର୍ସା ମୁଣ୍ଡା ଛକ ଓ ବୁଢ଼ା ବଳଙ୍ଗ ନଦୀ ପଲରେ ଆଲକିକରଣ ଓ ପୋଡ଼ାଅସ୍ତିଆରେ ବିର୍ସା ମୁଣ୍ଡା ଭବନ ନିର୍ମାଣ, ସ୍ବାଧୀନତା ସଂଗ୍ରାମୀ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୃତ୍ତି ସୌଦର୍ଯ୍ୟ କରଣ, ଯାତ୍ରୀ ମାନଙ୍କ ପାଇଁ ବିଶ୍ରାମଗାର ଏପରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପୋଡ଼ାଅସ୍ତିଆ ୧୭ ନଂ ୱାର୍ଡ଼ ମେମ୍ବର ତଥା ମୁଣ୍ଡାରୀ ଭାଷା ସମନ୍ୱୟ ସମିତିର ସଦସ୍ୟ ଝାଡେଶ୍ୱର ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ଶୟ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ. ପ୍ରତିନିଧି ମଣ୍ଡଳୀରେ ମୁଣ୍ଡା ଆଦିବାସୀ ଯୁବ ସଂଗଠନ ସ୍ଵଭାପତି ଧର୍ମପଦ ସିଂ, ସୁଗାଳ ସାଙ୍ଗମର ସଭାପତି ସୁନାରାମ ସିଂ, ସମ୍ପାଦକ ରାମେଶ୍ବର ସିଂ, ମୁଣ୍ଡାରୀ ସମାଜ ସାମାର ଜାମଡ଼ାର ସଭାପତି ନନ୍ଦଲାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ