।। ପୋଖରୀଗାଁରେ ଝୁଲନ୍ତା ଶବ ଘଟଣା;ନେଇ ତୁରନ୍ତ ନ୍ୟାୟ ଦାବିରେ ଥାନାରେ ଏତଲା ଓ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ର ଅମ୍ବାଦଳା ଥାନା ତା,୦୪।୧୧।୨୦୨୩ (ନିପ୍ର)-ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତର ପୋଖରୀ ଗାଁ ପାହାଡ଼ ଉପରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି । ମୃତକ ଜଣକ ନିକଟସ୍ଥ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ତରୁଣ ନାଗ(୨୬)।ମୃତକଙ୍କ ପରିବାର ଏବଂ ଡୁମେରମୁଣ୍ଡା ଗ୍ରାମବାସୀ ଘଟଣାସ୍ଥଳରେ ଏକତ୍ର ହୋଇ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇବା ବେଳେ ବିରୋଧ କରିବାରୁ ୪୮ ଘଣ୍ଟା ବିତିଯାଇଥିଲେ ବି ଶବଟି ଦିନତମାମ ସେମିତି ଝୁଲି ରହିଥିଲା । ତରୁଣଙ୍କ ମୃତ୍ୟୁ ସନ୍ଦେହ ଘେରରେ ଥିବାବେଳେ ଏହା ଏକ ପ୍ରେମଜନିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଲୋକେ କହିବା ସହ ଘଟଣାସ୍ଥଳରେ ହିଁ ଶବ ବ୍ୟବଛେଦ କରି ତୁରନ୍ତ ନ୍ୟାୟ ମିଳୁ ବୋଲି ଦାବି କରି ପୋଖରୀଗାଁ ରାଜପଥ ଅବରୋଧ କରି ଧାରଣା ଦେଇଥିଲେ । ପ୍ରେମିକା ଙ୍କ ପରିବାର ଲୋକେ ତରୁଣଙ୍କୁ ମାରିଛନ୍ତି ବୋଲି ଧାରଣାକାରୀମାନେ ନାରା ଦେଇଥିଲେ ।ସନ୍ଧ୍ୟା ସମୟରେ ବିଷମକଟକ ନ୍ୟାୟାଧୀଶ ଭେଙ୍କେଟେସ ରେଡ୍ଡୀ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଥିଲା । ଏହାପରେ ସାଇଣ୍ଟିଫିକ ଟିମର ଉପସ୍ଥିତିରେ ଶବକୁ ଓଲ୍ହାଇ ବ୍ୟବଛେଦ ପାଇଁ ପଠାଯାଇଥିଲା । ଏସ୍ ଡି ପି ଓ ସନ୍ତୋସିନୀ ଓର।ମ, ଅମ୍ବାଦଳା ଆଇ ଆଇ ସି କାର୍ତ୍ତିକ ନାୟକ, ବିଶ୍ୱନାଥପୁର ଆଇ ଆଇ ସି ମମତା ହେମ୍ବ୍ରମ୍,ମୁନିଗୁଡା ଆଇ ଆଇ ସି ସୌଦାମିନି ବେହେରା ,ଏବଂ ତିନୋଟି ଥାନାର କର୍ମଚାରୀ ମାନେ ଦୁଇଦିନ ଧରି ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ।ପ୍ରେମିକା ଙ୍କୁ ପଚରା ଉଚରା କରିବାକୁ ଅମ୍ବାଦଳା ପୋଲିସ ଅଟକ ରଖିଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଏସ ଡି ପି ଓ ଶ୍ରୀମତୀ ଓରାମ କହିଛନ୍ତି ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର
What's Your Reaction?






