।। ପୂର୍ତ୍ତ ବିଭାଗ ରାସ୍ତା କଢ଼ରୁ ବେଧଡକ୍ ଗଛକଟା ।।

ବୃକ୍ଷ ହିଁ ଜୀବନ। ମଣିଷ ବଞ୍ଚିବା ପାଇଁ ବୃକ୍ଷର ଆବଶ୍ୟକତା ରହିଛି। ତେଣୁ ସରକାରୀ ଯାଗା ହେଉ କିମ୍ବା ବେସରକାରୀ ଜାଗା ହେଉ ବୃକ୍ଷ ରୋପଣ କରିବାକୁ ସରକାର ସଚେତନତା ସୃଷ୍ଟି କରିବା ସହିତ ପ୍ରତ୍ୟେକ ପରିବାର ର ସଦସ୍ୟ ମାନେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ପ୍ରୟାସ ଜାରି କରିଛନ୍ତି। ଏହି ମର୍ମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ଯୁବକସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି। ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପ ର ବିଷୟ ବରୁହଁl କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ପୁରୁଣା ତହସିଲ ନିକଟରେ ଥିବା ସହେ ବର୍ଷରୁ ଉର୍ଦ୍ଧ ଏକ ବିରାଟ ଚାକୁଣ୍ଡା ଗଛର କିଛି ଭାଗ ବେଆଇନ ଭାବେ ବୋହି ନେଇ ଥିବାର ଦେଖିବାକୁ ମିଳିଛି। ଏହି ଖବର ବନ ବିଭାଗ ଓ ପୂର୍ତ୍ତ ବିଭାଗ କୁ ସ୍ଥାନୀୟ ଲୋକେ ଫୋନ୍ ମାଧ୍ୟମରେ ଜଣାଇବା ପରେ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ ଅଧିକାରୀ।ସରକାରୀ ରାସ୍ତା କଡ଼ରୁ ଯଦି ଗଛ କାଟିବାର ଆବଶ୍ୟକତା ଥାଏ ତେବେ ସରକାରୀ ନିୟମ ଅନୁଯାୟୀ ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଏହି ଗଛଟି ରହିଥିବାରୁ ବନ ବିଭାଗ ଓ ପୂର୍ତ୍ତ ବିଭାଗ କୁ ଅବଗତ କରାଇବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଯାଇ ଏହାକୁ ନିଲାମି କରାଯିବାକଥା। ପରେ ଗୋଟିଏ ଗଛ କଟା ଗଲେ ସମ ପରିମାଣର ଗଛ ଲଗାଇବାକୁ ସରକାରଙ୍କର ମଧ୍ୟ ଆଇନ ରହିଛି। କିନ୍ତୁ ବରୀ ପୁରୁଣା ତହସିଲ ନିକଟସ୍ଥ ପୂର୍ତ୍ତ ବିଭାଗ ରାସ୍ତା କଢରୁ ଏକ ବିରାଟ କାୟ ଚାକୁଣ୍ଡl ଗଛ କୁ ବେଆଇନ ଭାବେ କଟା ଯାଇ ନିଆଯାଇଥିବା ଦେଖିବାକୁ ମିଳିଛି।ପୂର୍ତ୍ତ ବିଭାଗ ରାସ୍ତା ରୁ ପ୍ରତି ବର୍ଷ ବହୁ ମୂଲ୍ୟବାନ ଗଛ କଟା ଯାଉଥିବା ବେଳେ ପୂର୍ତ୍ତ ବିଭାଗ ଅଧିକାରୀ ଜାଣି ଶୁଣି ନୀରବ ରହିବା ଘଟଣା କାଠ ମାଫିଆ ମାନଙ୍କ ସହିତ ମଦୁଚନ୍ଦ୍ରିକା ବୋଲି ସାଧାରଣରେ ଆଲୋଚନା ହେଉଛି। ଅପର ପକ୍ଷରେ ବନ ବିଭାଗ ଅଧିକାରିଣୀ ଅନୁପମା ସାହୁ ଙ୍କୁ ପଚାରିବାରୁ ଉକ୍ତ ଚାକୁଣ୍ଡା ଗଛର କାଠ ରଥ କାମରେ ଲାଗିବ ବୋଲି ମତ ରଖିଛନ୍ତି। ଏଠାରେ ପ୍ରଶ୍ନ ଉଠେ ରଥ କାର୍ଯ୍ୟରେ ଚାକୁଣ୍ଡl କାଠ ଲାଗିବା ଘଟଣାକୁ ପରିବେଶ ବିତ୍ ମାନେ ସହଜରେ ଗ୍ରହଣ କରି ପାରି ନାହାଁନ୍ତି। ତେଣୁ ବନ ବିଭାଗ ସହିତ କାଠ ମାଫିଆ ଙ୍କ ସଲା ସୁତୁରା ରେ ଏହି ବିରାଟ କାୟା ଗଛ କଟାଯିବା ଘଟଣା କୁ ତଦନ୍ତ କରଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ବହୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






