।। ପୁଣି ଲଜ୍ୟା କୋଡ଼ିପାରି ପଞ୍ଚାୟତରୁ ଗାଁକୁ ନାହିଁ ରାସ୍ତା ଗର୍ଭବତୀ ମା" ୨ କି.ମି ବୁହାହେଲେ ରାତି ଅଧରେ ।।

Mar 6, 2024 - 17:30
 0  11
।। ପୁଣି ଲଜ୍ୟା କୋଡ଼ିପାରି ପଞ୍ଚାୟତରୁ ଗାଁକୁ ନାହିଁ ରାସ୍ତା ଗର୍ଭବତୀ ମା" ୨ କି.ମି ବୁହାହେଲେ ରାତି ଅଧରେ ।।

ପୁଣି ଗର୍ଭବତି ମହିଳା ସଙ୍କଟ ବେଦନା ସହିତ ଖଟିଆରେ ବୁହା ହୋଇ ୨କିମି ଦୁର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନିକଟକୁ ପହଞ୍ଚିଲେ। ଲଜ୍ୟା କୋଡିପାରି ପଞ୍ଚାୟତରୁ ଗାଁକୁ ନାହିଁ ରାସ୍ତା ଗର୍ଭବତୀ ମା" ୨ କି.ମି ବୁହାହେଲେ ଖଟିଆରେ। ଏହି ଘଟଣାଟି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଭେଜାପଦର ଗାଁ ରେ, ଜନ ମାଝିଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଭେଜାପଦର୍ ଗାଁ କୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ କଲିଆଚଞ୍ଚରା ଗାଁ ପାଖରେ ଅଟକି ରହିଥିଲା। କିଟି କିଟି ରାତି ଅନ୍ଧାରକୁ ଗ୍ରାମ ବାସି ଓ ଆଶା ଦିଦି ଦେବକୀ ନାଏକ ୨ କି.ମି ଖଟିଆ ରେ ବୋହି ଭେଜାପଦର୍ ଠାରୁ କଲିଆଚଞ୍ଚରା ପର୍ଯ୍ୟନ୍ତ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ କାଶିପୁର ଗଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାୟଗଡ଼ା କୁ ପଠା ଯାଇଥିଲା ସେଠାରେ ସେ ଆଜି ସକାଳେ ଗୋଟିଏ ଶିଶୁ ପୁତ୍ର ଜନ୍ମ କରିଥିବା ତାଙ୍କ ପରିବାର ପକ୍ଷରୁ କୋହିଛନ୍ତି। ମା ଓ ନବ ଜାତ ଶିଶୁ ପୁତ୍ର ଦୁହେଁ ସୁସ୍ଥ ରହିଥିବାର ଖବର ମିଳିଛି। ସୂଚନା ଥାଉକି ଭେଜାପଦର୍ ଗାଁ ପକ୍ଷରୁ ପ୍ରଶାସନ,ରାଜନେତା ଙ୍କୁ ରାସ୍ତା ପାଇଁ ବାରମ୍ବାର ଗୁହାରି ପରେ ମଧ୍ୟ ନିଦ ଭାଙ୍ଗୁ ନ ଥିବାବେଳେ ଗାଁ ରୁ ମାତ୍ର ଅଳ୍ପ ଦୂରରେ ବାଫଳା ମାଳି ଖଣି ଅଛି କୌଣସି ଦୃଷ୍ଟି ଦେଉନଥିବା ବେଳେ ଉତ୍କଳ ଆଲୁମିନା କମ୍ପାନୀକୁ ବାରମ୍ବାର ଗୁହାରି ପରେ ମଧ୍ୟ କର୍ଣ୍ଣ ପାତ କରୁନଥିବା କୋହିଛନ୍ତି ଗ୍ରାମ ବାସି। ଭାରତ ସ୍ଵାଧିନତାର ୭୫ ବର୍ଷ ପରେ ମଧ୍ୟ ଗାଁ କୁ ନୀତି ଦିନିଆ ରାସ୍ତା ନ ଥିବାରୁ ଗ୍ରାମ ବାସି ଦୁଃଖ ପ୍ରକାଶ କରିଛନ୍ତି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ