।। ପୁଣି ଉଠିଲା ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲା,ନବୀନ ଡାକି ଉତ୍ତର ଦେଇ ପାରିଲେନି ।।

May 3, 2024 - 20:02
 0  29
।। ପୁଣି ଉଠିଲା ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲା,ନବୀନ ଡାକି ଉତ୍ତର ଦେଇ ପାରିଲେନି ।।

ହତ୍ୟାକାରୀ ଚମ୍ପୁଆ ବିଜେପି ପ୍ରାର୍ଥୀଙ୍କ ଲାଗି ଖୋଲା ପ୍ରଚାର କରୁଛନ୍ତି। ପୁଣି ୨୦୨୪ ନିର୍ବାଚନ ଅବସରରେ ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲା ରାଜନୈତିକ ରୂପ ନେବାକୁ ଯାଉଛି। ଏକଥା ରୋଜାଲିନ ମାଆ ରେବତୀ ସାହୁ ସିଧା ଆରୋପ କରିଛନ୍ତି। ଆଜି ସେ ରାଜ୍ୟ ସୂଚନା କମିଶନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଝିଅର ହତ୍ୟା ସଂକ୍ରାନ୍ତରେ ପୋଲିସ କରୁଥିବା ପକ୍ଷପାତିତାର ଉତ୍ତର ଦେଇ ନପାରିବାରୁ ଅପିଲ କରିଛନ୍ତି। ରାଜ୍ୟ ଗୃହ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସ୍ ୨ ଥର ସୂଚନା ମାଗିବା ପରେ କେବଳ ଡ଼ିଜିଙ୍କୁ ତଦନ୍ତ ଲାଗି ଚିଠି ଦିଆଗଲା ବୋଲି ଉତ୍ତର ଦେଇଛି। ଶ୍ରୀମତୀ ରେବତୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ମୋ ଝିଅର ଶବ ବ୍ୟବଚ୍ଛେଦ ହୋଇଥିଲେ ତା'ର ଶରୀର ଅଂଶ ଓ ଭିସେରା କୁଆଡ଼େ ଗଲା,ଝିଅ ଫୋନ୍ କଲ ଡିଟେଲ ରିପୋର୍ଟ,ପଞ୍ଚନାମାରେ ବେଳେ କିଏ ଉପସ୍ଥିତ ରହି ଜାଲ ଦସ୍ତଖତ କରି ଶବ ଗ୍ରହଣ କଲା, ବର୍ଷେ ୪ମାସ ବିତି ସାରିଲାଣି କେନ୍ଦୁଝର ପୋଲିସ କାହିଁକି ଚାର୍ଜସିଟ୍ ଦେଇନି,ସମସ୍ତ ସିସିଟିଭି ଫୁଟେଜ ଓ ତଦନ୍ତ ରିପୋର୍ଟ ଆଦି ଦେବାକୁ ସେ ଦରଖାସ୍ତ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଦରଖାସ୍ତ ରଖି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ କାରଣ ଜାଣିବାକୁ ଚାହିଁବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ରେବତୀ ସାହୁଙ୍କୁ ବ୍ୟକ୍ତିଗତ ଭାବେ ତା୨୮/୩/୨୪ ରିଖ ଦିନ ହାଜର ହେବାକୁ ନୋଟିସ ହୋଇଥିଲା। ତେବେ ଓଡ଼ିଶା ପୋଲିସର ଲାଞ୍ଚଖିଆ ପ୍ରକୃତି ଲାଗି ରୋଜାଲିନ ହତ୍ୟା ପରେ ତଦନ୍ତ ଠିକ୍ ଭାବେ ହୋଇ ନଥିବାରୁ ଏଯାଏ ଅପରାଧୀ ଧରା ପଡ଼ି ଜେଲ୍ ନଯାଇ ବୁଲୁ ଥିବାରୁ ମାଆ ରେବତୀ ସାହୁ ନବୀନ ପଟ୍ଟନାୟକଙ୍କ ଅପାରଗତାକୁ ତୀବ୍ର ପ୍ରତିବାଦ କରି ସରକାର ବୋଧେ ଅନ୍ୟ କେହି ଚଳାଉଛି କହିଛନ୍ତି। ସୂଚନା ମିଳିଛି କି ଏହି ସ୍ପର୍ଶକାତର ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରକାଶ ମଲ୍ଲିକ ବୋଲି ଯେ ଏବେ ଚମ୍ପୁଆ ବିଜେପି ବିଧାୟକ ପ୍ରାର୍ଥୀ ମୁରଲୀ ଶର୍ମାଙ୍କ ମୁଖ୍ୟ ପ୍ରଚାରକ ହୋଇଛି ବିଭିନ୍ନ ବିଜେପି ନେତାଙ୍କ ଫଟୋ ଉଠାଇ ଛାଡୁଛି। ତେଣୁ ରେବତୀ ସାହୁ ବିଜେପି ନେତାଙ୍କୁ ଏପରି ହତ୍ୟାକାରୀଙ୍କୁ ୩୦୨ ଦଫା ଲାଗିବା ପରେ କିପରି ଦଳରେ ରଖି ମାଆକୁ ସମ୍ମାନ ଦେଉଛ ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ସେ ଝିଅ ହତ୍ୟାକାରୀକୁ ଧରିବାକୁ ଓ ସାଥୀ ନେତାଙ୍କୁ ଭୋଟ ନଦେବାକୁ ଘରେ ଘରେ ଝିଅ ରୋଜାଲିନର ଫଟୋ ଧରି ନ୍ୟାୟ ଭିକ୍ଷା କରିବେ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ହାଇକୋର୍ଟ ତଳକୋର୍ଟ ମୁଖ୍ୟମନ୍ତ୍ରୀ ଡ଼ିଜିଙ୍କ ଅଫିସରେ ରୋଜାଲିନ ମାମଲା ଚହଳ ସୃଷ୍ଟି କରୁଥିବା ବେଳେ କେନ୍ଦୁଝର ପୋଲିସର ସାଥୀ ସେହି ହତ୍ୟାକାରୀ ମାନେ କେବେ ଗିରଫ ହୋଇ ଦଣ୍ଡ ପାଇବେ ରୋଜାଲିନ ଆତ୍ମା ଶାନ୍ତି ପାଇବ ।

କେନ୍ଦୁଝର ଜିଲ୍ଲା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ