ପୁଞ୍ଜିସିଲ୍ ଜଳପ୍ରପାତର ଦୟନୀୟ ଅବସ୍ଥା:ଲକ୍ଷାଧିକ ଟଙ୍କା ବ୍ୟୟ ପରେବି କାମ ଅଧା ଅଧୁରା

Nov 10, 2024 - 06:07
 0  16
ପୁଞ୍ଜିସିଲ୍ ଜଳପ୍ରପାତର ଦୟନୀୟ ଅବସ୍ଥା:ଲକ୍ଷାଧିକ ଟଙ୍କା ବ୍ୟୟ ପରେବି କାମ ଅଧା ଅଧୁରା

କୋରାପୁଟ ତା-୧୦/୧୧୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ଅନ୍ତର୍ଗତ ମୁଁଜାଙ୍ଗ ଗ୍ରାମ ପଞ୍ଚାୟତ ନିକଟରେ ଅବସ୍ଥିତ ଏହି ପୁଞ୍ଜିସିଲ୍ ଜଳପ୍ରପାତ ।ଏହାର ଦୃଶ୍ୟ ଆପଣ ମାନେ ଦେଖି ଅନୁମାନ କରି ପାରୁଥିବେ କି ଏହାର ଅବସ୍ଥା କଣ ହେଇଛି ।ଏହି ଜଳ ପ୍ରପାତ ର ଉନ୍ନତି ନିମନ୍ତେ ସରକାର ପକ୍ଷରୁ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିକଟସ୍ଥ ନାଲକୋ ଆଲୁମିନା କାରଖାନା ପକ୍ଷରୁ ମଧ୍ୟ ଲକ୍ଷାଧିକ ଟଙ୍କା ବହନ କରାଯାଇଥିଲା ।ହେଲେ ସମ୍ପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀକୁ ପହଞ୍ଚିବା ପାଇଁ ରାସ୍ତା କରାଗଲା ନା ଷ୍ଟ୍ରୀଟ ଲାଇଟ ର ବ୍ୟବସ୍ତା କରାଯାଇଛି ।ଶୀତ ଋତୁ ଆରମ୍ଭ ଠାରୁ ଗ୍ରୀଷ୍ମ ଋତୁ ଶେଷ ପର୍ଯ୍ୟନ୍ତ ଏଠାରେ ଲୋକଙ୍କ ଭିଡ଼ କମେ ନାହିଁ ହେଲେ ଉକ୍ତ ସ୍ଥାନରେ ନିର୍ମିତ waiting hal ରେ ନା ଅଛି ଆଲୁଅର ବ୍ୟବସ୍ତା ନା ଶୌଚାଳୟ ରେ ପାଣିର ବ୍ୟବସ୍ଥା,ପିଇବା ପାଇଁ ପାଣି ବୁନ୍ଦେ ମିଳିବା ତ ଦୂରର କଥା ଏପରିକି ଗାଡ଼ି ରଖିବା ପାଇଁ ପାର୍କିଙ୍ଗର ବ୍ୟବସ୍ତା ମଧ୍ୟ ନାହିଁ ଏଭଳି ଅବ୍ୟବସ୍ଥା ଘେରରେ ପଡ଼ି ରହିଛି ପୁଞ୍ଜିସିଲ ଜଳପ୍ରପାତ ।ଏହାର ଉନ୍ନତି ନିମନ୍ତେ ବ୍ଲକ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।

 କୋରାପୁଟ ରୁ ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ