ପିକନିକ ହେଲା କାଳ ସୀତାକୁଣ୍ଡରେ ବୁଡି ଦୁଇଭାଇଙ୍କ ମୃତ୍ୟୁ
ବାରିପଦା ତା ୨୬/୧୨.୨୫(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଶିମିଳିପାଳ ପାଦ ଦେଶରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ ଆଜି ପିକନିକ କରିବାକୁ ଆସି ଜଳପ୍ରପାତ ରେ ଗାଧୋଉଥିବା ବେଳେ ଦୁଇଭାଇ ବୁଡ଼ିଯାଇ ମୃତ୍ୟୁବରଣ କରିଥିବାର ଜଣାଯାଇଛି. ଘଟଣା ମୁତାବକ ଆଜି ସକାଳେ ଭଦ୍ରକ ଜିଲ୍ଲା ଅନ୍ଧେଇପାଲ୍ଲି ଅଞ୍ଚଳରୁ ୪ ଜଣ ସାଙ୍ଗ ସୀତାକୁଣ୍ଡକୁ ପିକନିକ ପାଇଁ ଆସିଥିଲେ. ତେବେ ପିକନିକ ସମୟରେ ସୀତାକୁଣ୍ଡ ଜଳପ୍ରପାତରେ ଗାଧୋଇବା ବେଳେ ପାଦ ଖସିଯିବା କାରଣରୁ ଦୁଇଜଣ ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି. ମୃତକ ମାନେ ହେଲେ ଅନ୍ଧେଇପାଲ୍ଲି ଗ୍ରାମର ସତ୍ୟବ୍ରତ ନାୟକ(୨୩) ଓ ଅଭିଷେକ ନାୟକ (୧୭). ଉଭୟ ଗୋଟିଏ ପରିବାରର ଦୁଇ ଭାଇ ବୋଲି ଜଣାପଡିଛି. ସତ୍ୟବ୍ରତ ଏମସିଏ ପଢୁଥିବା ବେଳେ ଅଭିଷେକ ଯୁକ୍ତଦୁଇ ବିଜ୍ଞାନ ଛାତ୍ର ଥିଲେ. ଦୁଇ ଭାଇଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି. ତେବେ ଅଗ୍ନିଶମ ବିଭାଗର ଫାୟାର ମେନ ବାବୁଧର ବିନ୍ଧାଣିଙ୍କ କହିବା ଅନୁଯାୟୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ପ୍ରଥମେ ଜଣଙ୍କର ମୃତଦେହକୁ ଉଦ୍ଧାର କରିଥିବା ବେଳେ ଅନ୍ୟଜଣଙ୍କୁ ଉଦ୍ଧାର କରିବା ପାଇଁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା. ତେବେ ଉଦ୍ଧାର ପରେ ଉଭୟଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟ ମୋର୍ଟମ ପାଇଁ ଆଣାଯାଇଛି. ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି. ଶବ ବ୍ୟେବଚ୍ଛେଦ୍ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0