।। ପାରିବାରିକ କଳହକୁ କେନ୍ଦ୍ର କରି ଶଳା ହତ୍ୟା କଲା ଭେଣୋଇକୁ:ଭାଣଜି ଗୁରୁତର ।।

Oct 2, 2024 - 10:47
 0  207
।। ପାରିବାରିକ କଳହକୁ କେନ୍ଦ୍ର କରି ଶଳା ହତ୍ୟା କଲା ଭେଣୋଇକୁ:ଭାଣଜି ଗୁରୁତର ।।

ରାମପୁର,କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ଗ୍ରାମପଞ୍ଚାୟତ ନିକଟସ୍ଥ ରାଣୀଡୁମେର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଜଣାଯାଏ ଯେ, ଉକ୍ତ ଗ୍ରାମର ଆସାମୀ ହରି ଗୌଡ଼(୫୦) ତାଙ୍କ ଭେଣୋଇ ଟିମା ଗୌଡ଼ (୬୦)ଙ୍କୁ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥି ବା ଜଣାପଡିଛି , ଅନ୍ୟପଟେ ଟିମା ଗୌଡ଼ଙ୍କ ଝିଆରୀ ସୁରେଖା ଗୌଡ଼ (୩୫)ଉକ୍ତ ସ୍ଥାନରେ ବୁଝାମଣା କରିବାକୁ ଯାଇ ସେ ମଧ୍ୟ ଆଶାମୀର ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ l ପରେ ସେଠାରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ଅଧିକ ରକ୍ତସ୍ରାବ ହୋଇ ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଡାକ୍ତର ସମ୍ବିତ ବିଶ୍ଵାଳ ସୂଚନା ଦେଇଥିବା ଜଣାପଡିଛି। ଅନ୍ୟପଟେ ସେ ମୃତ ବ୍ୟକ୍ତିଙ୍କ ମୃତ ଦେହ ତାଙ୍କ ଘର ଦ୍ଵାରରେ ପଡ଼ିରହିଛି l ପ୍ଥାଉ କି ଆସାମୀ ହରି ଗୌଡ଼ ସୁରେଖା ଗୌଡ଼ଙ୍କ ବାପା ଖତୁ ଗୌଡ଼ଙ୍କୁ ବି ଆଗରୁ ମାରପିଟ୍ କରୁଥିଲେ l ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା l ହେଲେ ବର୍ତ୍ତମାନ ଗତ ୧୩ଦିନ ତଳେ ଖତୁ ଗୌଡ ମୃତ୍ୟୁବରଣ କରିଛନ୍ତି। ତେବେ ଖବର ପାଇ ଥୁଆମୁଳ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆସାମୀକୁ ଆୟତ୍ତ କରି କାବୁ କରି ନେଇଥିବା ଜଣାପଡିଛି l

 ଥୁଆମୂଳ ରାମପୁର ରୁ ବାଲେଶ୍ଵର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ