।। ପାନିୟ ଜଳ ସମସ୍ୟା ନେଇ ରାସ୍ତା ଉପରେ ହାଣ୍ଡି ଡେକ୍ଚି ଧରି ଗର୍ଜୀଲେ ବିଜେନଗର ଗ୍ରାମବାସି ।।

Jun 18, 2024 - 12:16
 0  9
।। ପାନିୟ ଜଳ ସମସ୍ୟା ନେଇ ରାସ୍ତା ଉପରେ ହାଣ୍ଡି ଡେକ୍ଚି ଧରି ଗର୍ଜୀଲେ ବିଜେନଗର ଗ୍ରାମବାସି  ।।

ରାୟଗଡ଼ା ଜିଲ୍ଲା କଲ୍ୟାଣିସିହପୁର ବ୍ଲକ କରପା ପଞ୍ଚାୟତ ର ବିଜେନଗର ଗାଆଁ ବାସି ପାନୀୟ ଜଳ ସମସ୍ୟା ନେଇ ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ଉକ୍ତ ଗାଁ ରେ ପ୍ରାୟ 80 ଘର ସମୁଦାୟ 500 ରୁ ଅଧିକ ଜନସଂଖ୍ୟା ରହିଛି , ଗ୍ରାମରେ ୮ ଟି ଷ୍ଟାଣ୍ଡ ପଏଣ୍ଡେ ଦିଆଯାଇଛି ! ନାଚି ଟିକିରା ରେ 35 ଘର କୁ 200 ଜନସଂଖ୍ୟା ପର ଟିକିରା ରେ 50 ଘର କୁ 300 ଜନସଂଖ୍ୟା ରହିଛି, ବିଜେନଗର ପ୍ରକଳ୍ପ ଦୂରା 3 ଟି ଗ୍ରାମ କୁ ବିସୂଧ ପାନୀୟ ଜଳ ଯୋଗାଣ କରାଯାଇଛି , ବିଜେନଗର ଗୋଟିଏ ଗାଆଁ ପାଇଁ ବିସୂଧ ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲା ! ନାଚି ଟିକିରା କୁ ବିସୂଧ ପାନୀୟ ଜଳ ଦିଆଗଲା, ତା ପରେ ପର ଟିକିରା କୁ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଗଲା 2 ବର୍ଷ ହେବ ପାନୀୟ ଜଳ ଯୋଗାଣ ଠିକ୍ ଭାବରେ ହେଇପାରୁ ନାହିଁ , ନାଚି ଟିକିରା ଓ ପର ଟିକିରା କୁ ପାଣି ଯାଉଥିବା ବେଳେ ବିଜେନଗରକ କୁ ପାଣି ଆସୁ ନାହିଁ, ଜେତିକ ସମୟ ପାଣି ଆସୁଛି ସେହି ସମୟ ଭିତରେ ମହିଳା ମାନେ ଗୋଣ୍ଡଗଳ ହେଉଛନ୍ତି ! ସବୁ ପୁରୁଣା ପାଇପ୍ ହୋଇଥିବା ରୁ ଇଆଡ଼େ ସିଆଡେ ପାଣି ଲିକେଜ ହେଉଛି ! ଏପରି ପରିସ୍ଥିତିରେ ସାଇକେଲ ଟିଉ ଭିଡ଼ି ପାଣି ଯୋଗାଇ ଆସୁଥିଲେ କିନ୍ତୁ , ନୂତନ ପାଇପ୍ ଲାଇନ ପକାଉ ନାହାନ୍ତି ! ବର୍ତମାନ ଗ୍ରାମର ପାଣି ବୁନ୍ଦାଏ ହେଲେ ଟେପ୍ ରେ ଆସୁ ନାହିଁ ! ଏହାକୁ ନେଇ ଗ୍ରାମ ପଞ୍ଚାୟତ ଅଧିକାରୀ ଓ BDO ଙ୍କୁ ଲେଖିକି ଜଣାଇବା ସତ୍ତ୍ବେ କୋୖଣସି କାର୍ଯ୍ୟା କରୁ ନ ଥିବା ଅଭିଯୋଗ କରିଛନ୍ତି । ଗ୍ରାମର ମହିଳା ମାନେ କୁଅଁର ପାଣି ବ୍ୟବହାର କରୁଛନ୍ତି ! ତାହା ବ୍ୟବହାର ଉପଯୋଗି ନୁହେଁ ! ଗ୍ରାମ ର ସମସ୍ତ ଲୋକ ଉକ୍ତ କୁଅଁ ଉପରେ ସଦାସର୍ବଦା ନିର୍ଭର ସିଳ ଅଟନ୍ତି ! ଯାହା ଫଳରେ ବିଭିନ୍ନ ସମୟରେ ଗ୍ରାମ ବାସି ରୋଗାକ୍ରାନ୍ତ ହୋଇ ଚିକିତ୍ସା କରାଉଛନ୍ତି ! ଆଗାମୀ ଦିନରେ ବିଜେନଗର ଗାଆଁ କୁ ବିସୁଧ ପାନୀୟ ଜଳ ଯୋଗାଇ ନ ଦେଲେ ବ୍ଲକ ଘେରାଉ କରିବା ପାଇଁ ବାଧ୍ୟ ହେବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ! ଏଥିରେ ଗ୍ରାମବାସୀ ମାନେ ବାଇଟ୍ ଦେଇ ଛନ୍ତି।

 ରାୟଗଡା ଜିଲ୍ଲାରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ