।। ପରୀକ୍ଷା ସମୟରେ ମଧ୍ୟ ବିଦ୍ୟାଳୟକୁ ବିଳମ୍ବରେ ଆସନ୍ତି ଶିକ୍ଷୟତ୍ରୀ ମାନେ ।।

Sep 26, 2024 - 20:08
 0  14
।। ପରୀକ୍ଷା ସମୟରେ ମଧ୍ୟ ବିଦ୍ୟାଳୟକୁ ବିଳମ୍ବରେ ଆସନ୍ତି ଶିକ୍ଷୟତ୍ରୀ ମାନେ ।।

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ତାଣ୍ଡିପୂର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ମାନେ ପ୍ରଶାସନର ନିର୍ଦ୍ଧାରିତ ସମୟକୁ ଅଣଦେଖା କରୁଥିବା, ବାରମ୍ୱାର ନିୟମ ଭାଙ୍ଗୁଥିବା, ବିଦ୍ୟାଳୟକୁ ଡେରି ରେ ଆସୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରି ଆସୁଛନ୍ତି। ଗ୍ରାମ ବାସୀଙ୍କ ଅଭିଯୋଗ ଆଧାରରେ ଆମ ସାମ୍ୱାଦିକ ପ୍ରତିନିଧି ସତ୍ୟାସତ୍ୟ ଜାଣିବା ପାଇଁ ଆଜି ତାଣ୍ଡିପୂର୍ ବିଦ୍ୟାଳୟ ଯାଇଥିଲେ। ଦେଖିବାକୁ ପାଇଲେ ବିଦ୍ୟାଳୟରେ ଅର୍ଦ୍ଧବାର୍ଷିକ ପରୀକ୍ଷା ଚାଲିଛି। ଆଜି ପ୍ରଥମ ଦିନରୁ ପାଞ୍ଚ ଦିନ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ। ପରୀକ୍ଷାର ପ୍ରଥମ ଦିନ ତାଣ୍ଡିପୁର ବିଦ୍ୟାଳୟ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟକୁ ସକାଳ 10 ଘଣ୍ଟା ଚାଳିଶ ମିନିଟ ସମୟରେ ଆସିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନ ଶିକ୍ଷୟତ୍ରୀଙ୍କ କହିବା ନୁଯାୟୀ ଉକ୍ତ ବିଦ୍ୟାଳୟକୁ ଦୁଇ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟକୁ ମନଇଛା ସମୟରେ ଆସନ୍ତି। କାହାରି ନିର୍ଦ୍ଧେଶକୁ ଖାତିର କରନ୍ତି ନାହିଁ। ନାନା ପ୍ରକାର ଆଳ ଦେଖାଇ ବିଦ୍ୟାଳୟକୁ ବିଳମ୍ୱରେ ଆସି ଥାଆନ୍ତି। ବିଦ୍ୟାଳୟରେ ପରୀକ୍ଷା ସମୟରେ ନିରିକ୍ଷା କରିବା ପାଇଁ ମଧ୍ଯ ଶିକ୍ଷୟତ୍ରୀ ବିଭିନ୍ନ ବାହାନା ଦେଖାଛନ୍ତି ବିଦ୍ୟାଳୟ ଉପସ୍ଥିତ ରହନ୍ତି ନାହିଁ। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ୁଛନ୍ତି ଦୁଇଜଣ ଶିକ୍ଷକ ସାତ ଟି ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ଅସମ୍ଭବ ତା ସହିତ ପରୀକ୍ଷା ନିରୀକ୍ଷା କରିବା କଷ୍ଟକର। ଉକ୍ତ ଘଟଣାକୁ ଜିଲ୍ଲା ଶିକ୍ଷାଧିକାରିଙ୍କ ଠାରେ ଅଭିଯୋଗ କରଯାଇଛି।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ