*।। ପଟାଙ୍ଗୀ ବୁଡ଼ିଆ ଗଙ୍ଗାମା ବାଲିଯାତ୍ରା ଉଦଯାପିତ।।*

Dec 27, 2023 - 11:57
 0  12
*।। ପଟାଙ୍ଗୀ ବୁଡ଼ିଆ ଗଙ୍ଗାମା ବାଲିଯାତ୍ରା ଉଦଯାପିତ।।*

କୋରାପୁଟ ଜିଲ୍ଲା ପଟାଙ୍ଗୀର ବଡ଼ଗାଁ ଠାରେ ବୁଡ଼ିଆ ଗଙ୍ଗାମା ବାଲିଯାତ୍ରା ଉଦଯାପିତ ହୋଇଯାଇଛି l ଏହି ବୁଡ଼ିଆ ଗଙ୍ଗାମା କୁ ୯ଦିନ ଧରି ପୂଜାର୍ଚନା କରି ବୁଡ଼ିଆ ବାଜା, ବୁଡ଼ିଆ ଗୀତ ମାଧ୍ୟ୍ୟମରେ ସମ୍ପନ୍ନ କରିଥିବା ଦେଖିବାକୁ ମିଳିଛି l ଶେଷ ଦିନରେ ଦିଶାରୀ, ପୂଜାରୀ ଗୁରୁମାଇ ଓ ଭକ୍ତଙ୍କ ଭିଡ଼ ମାଧ୍ୟ୍ୟମରେ ଗୁରୁମାଇ ନାଚ ଏବଂ କୋରାପୁଟିଆ ଅତି ପ୍ରିୟ ଢେମସା ନାଚର ତାଳେ ତାଳେ ଭସାଣି କରାଯାଇଥିବା ଦେଖିବାକୁ ମିଳିଛି l ଏହି ବାଲିଯାତ୍ରାରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଜୟରାମ ପାଙ୍ଗି ଜଗଦେଇଥିବା ବେଳେ ସମାଜ ସେବି ତଥା ବିଧାୟକ ଆଶାୟୀ ପ୍ରାର୍ଥୀ ଶ୍ରୀମାନ ଚୈତନ୍ୟ ନନ୍ଦୀବାଲି ବୁଡ଼ି ଗଙ୍ଗାମାର ଦର୍ଶନ ଦେଇଥିଲେ l ସେଆଡେ଼ ରାଣୀକଣା ଏବଂ ବଡ଼ଚୋରି ଗ୍ରାମର ବହୁ ପୁରାତନ ମା ଭୈରବି ପଡ଼ପୂଜା ଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଶ୍ରୀ ନନ୍ଦୀବାଲିଙ୍କ ସହିତ ସଭାପତି ବିଜୟ ଖିଲ, ମାଙ୍ଗୁଡ଼ୁ ଜାନି,ଦାସୀ ନନ୍ଦୀବାଲିଙ୍କ ଶହ ଅନେକ ବୁଦ୍ଧିଜୀବୀ ଜଗଦେଇଥିଲେ l ଏହା ଏକ କୋରାପୁଟିଆ ମାନଙ୍କ ଅତି ପ୍ରିୟ ଯାତ୍ରା ଏଠାରେ ଶହ ଶହ ଲୋକ ଆସି ପୂଜାର୍ଚନା କରି ନାଚ ଗୀତର ମଜା ନେଇଥିବା ବେଳେ ଅଞ୍ଚଳର ଲୋକଙ୍କୁ ଏହି ଯାତ୍ରା ମାଧ୍ୟ୍ୟମରେ ଏକାଠି କରିଥାଏ ବୋଲି କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଥିବା ଦେଖିବାକୁ ମିଳିଛି l

(ସେମିଲିଗୁଡା ଠାରୁ ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ