ନେସନାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ

Dec 15, 2024 - 06:57
 0  13
ନେସନାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ

ଜିଲ୍ଲା ସଦର ମହକୁମା ନୂଆପଡ଼ାର ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ଗୋଲାପ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ରାଜେନ୍ଦ୍ର ବଢାଇ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ରୂପେ ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ତଥା ଓସିଏ ସଦସ୍ୟ ଶ୍ରୀ ସରୋଜ କୁମାର ସାହୁ, କ୍ରୀଡାବିତ୍ ଶ୍ରୀ ହରିଶ୍ ବାତ୍ରା ଓ କ୍ରୀଡାବିତ୍ ଶ୍ରୀ ରାଜୁ ଛାବଡା ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଚୁଲାଭାଟ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୋଧ କୁମାର ହୋତା ବ୍ୟକ୍ତିଗତ ଓ ସାମୂହିକ ଜୀବନରେ କ୍ରୀଡାର ମହତ୍ତ୍ଵ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ କୁଞ୍ଜ ବାଗ, ସଦର ସିଆରସିସି ଶ୍ରୀ ଜୀତେନ୍ଦ୍ର ଖମାରୀ, ଶିକ୍ଷକ ସଂଘ ସଭାପତି ଶ୍ରୀ ଶଙ୍କର୍ଷଣ ପୁରୋହିତ, ଅଁଲାଯୁବ ସିଆରସିସି ଶ୍ରୀ ଶରତ କୁମାର ପଣ୍ଡା, ହିନ୍ଦୀ ଶିକ୍ଷକ ଅବୋଧ୍ ନାରାୟଣ ପଟେଲ ମଞ୍ଚାସିନ ଥିଲେ। କ୍ରୀଡା ଶିକ୍ଷକ ଶ୍ରୀ ମୋହନ ମହନ୍ତ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ସୁକାନ୍ତ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ