ନେସନାଲ ମହାବିଦ୍ୟାଳୟ, ନୁଆପଡ଼ାରେ ସଂସ୍କୃତ ସପ୍ତାହ ଉଦ୍‌ଘାଟନ

Aug 14, 2025 - 19:27
 0  8
ନେସନାଲ ମହାବିଦ୍ୟାଳୟ, ନୁଆପଡ଼ାରେ ସଂସ୍କୃତ ସପ୍ତାହ ଉଦ୍‌ଘାଟନ

ନୁଆପଡ଼ା : ନୁଆପଡ଼ା ନେସନାଲ ମହାବିଦ୍ୟାଳୟରେ 12 ଅଗଷ୍ଟ 2025 ରୁ ସଂସ୍କୃତ ସପ୍ତାହ ଉତ୍ସବର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ “ଭାରତର ବିଶ୍ୱକୁ ଅବଦାନ” ବିଷୟରେ ସେମିନାର ଆୟୋଜିତ ହୋଇଥିଲା। କାର୍ୟକ୍ରମଟି ପ୍ରକାଶ କୁମାର ସାହୁ, ପି.ଇ.ଟି., ଙ୍କ ନିର୍ଦ୍ଦେଶନାୟ ଏବଂ ଶ୍ରୀମତୀ ନନ୍ଦିନୀ ମଞ୍ଜରୀ ହୋତା, ଗଣିତ ବିଭାଗର ଅଧ୍ୟାପିକାଙ୍କ ସମନ୍ୱୟରେ ହୋଇଥିଲା। କାର୍ୟକ୍ରମର ଅଧ୍ୟକ୍ଷତା କଲେଜର ଅଧ୍ୟକ୍ଷ ଶ୍ରୀ ହିତେଷ ସାହୁ କରିଥିଲେ। ବିଶିଷ୍ଟ ଅତିଥିଭାବେ ମଗୁରପାଣି ହାଇ ସ୍କୁଲର ସଂସ୍କୃତ ଶିକ୍ଷକ ଶ୍ରୀ ଉମେଶ ବାରିକ ଓ ବୈଦିକ ଗୁରୁକୁଳ, ଆମସେନାରୁ ଆଚାର୍ୟ ତୁଳାରାମ ଆର୍ୟ ତାଙ୍କ କିଛି ଛାତ୍ରଙ୍କ ସହିତ ଯୋଗଦେଇଥିଲେ। ସେମିନାର ରେ ଭାଗ ନେଇଥିଲେ ଉମେଶ ବାରିକ,tularam ଆଚାର୍ଯ୍ୟ ଓ ବରିଷ୍ଠ ଇଂରାଜୀ ଅଧ୍ୟାପକ ଶ୍ରୀ ବିଧାନ ଚନ୍ଦ୍ର ମିଶ୍ର ।ଏହି କାର୍ଯକ୍ରମ ରେ ଶ୍ରୀ ଶିବ ପ୍ରସାଦ ସା ମଞ୍ଚ ପରିଚାଳନା କରିଥିଲେ ଏବଂ ଏହି ଅବସରରେ ଶ୍ରୀ ବିଧାନ ଚନ୍ଦ ମିଶ୍ର, ଶ୍ରୀ ବୈଦ୍ୟନାଥ ଗର୍ତିଆ, ଶ୍ରୀମତୀ ମମତା ପଟନାୟକ, ଡା. ପ୍ରମୋଦ କୁମାର ରାଉତ, ଶ୍ରୀ ବୈକୁଣ୍ଠ ବେହେରା, ଶ୍ରୀମତୀ ମୀନାକ୍ଷୀ ଦାଶ, ଶ୍ରୀ ରଞ୍ଜିତ ନାୟକ, ଶ୍ରୀ ହେମାଲ ସା, ଶ୍ରୀ ହିମାଞ୍ଚଳ ନାୟକ, ଶ୍ରୀମତୀ ମେରି ଆଶା ଟାପ୍ପୋ ଓ କୁମାରୀ ଆଶା ମେହେର ଉପସ୍ଥିତ ଥିଲେ। ସଂସ୍କୃତ ସପ୍ତାହର ଦ୍ୱିତୀୟ ଦିନ 13 ଅଗଷ୍ଟ 2025 ରେ ନିବନ୍ଧ ଓ ସ୍ଲୋଗାନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ଶ୍ରୀ ବିଶ୍ୱଜିତ୍ କାଲ୍ଟା ପରିଚାଳନା କରିଥିଲେ।ନିବନ୍ଧ ପ୍ରତିଯୋଗିତାର ବିଷୟ ଥିଲା “ବିଶ୍ୱକୁ ଭାରତର ଅବଦାନ”। ଏହି କାର୍ଯ୍ୟକ୍ରମ ରେ ଅନେକ ଛତ୍ର ଛାତ୍ରୀ ଉତ୍ସାହ ର ସହ ଭାଗ ନେଇଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ମିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ