ନୂତନ ରାସନ କାର୍ଡ଼ ପ୍ରସ୍ତୁତି ନିମନ୍ତେ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ

Apr 21, 2025 - 04:23
 0  12
ନୂତନ ରାସନ କାର୍ଡ଼ ପ୍ରସ୍ତୁତି ନିମନ୍ତେ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ

ନୂଆପଡା : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ଼ ପ୍ରସ୍ତୁତ କରାଯାଉଛି । ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ଼ ପ୍ରସ୍ତୁତ ନିମନ୍ତେ ପରିବାରର ସମସ୍ତ ସଦସ୍ୟଙ୍କ ଈ-କେ.ୱାଈ.ସି ଯାଞ୍ଚ ନିହାତି ଜରୁରୀ ଅଟେ । ଏଣୁ ଜିଲ୍ଲାର ସମସ୍ତ ଆବେଦନକାରୀ ନିଜ ବ୍ଲକ କିମ୍ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ଈ-କେ.ୱାଈ.ସି ଯାଞ୍ଚ କରାଇନିଅନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ