ନୂଆପଡ଼ାରେ ଏସ୍ ଆଇ ଆର୍ ଡି ତରଫରୁ ପଞ୍ଚାୟତ ବିକାଶ ସୂଚକାଙ୍କ ଉପରେ କର୍ମଶାଳା ଅନୁଷ୍ଠିତ

ନୂଆପଡ଼ା ଜିଲ୍ଳା ସଦର ମହକୁମା ରେ ରାଜ୍ଯ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ, ଏସ୍ ଆଇ ଆର୍ ଡି, ଭୁବନେଶ୍ବର ତରଫରୁ ପଞ୍ଚାୟତ ବିକାଶ ସୂଚକାଙ୍କ ବା Panchayat Advancement Index ଉପରେ ଗୋଟିଏ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ ଏହି କର୍ମଶାଳାରେ ଉପରୋକ୍ତ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା, ଆଇ ଏ ଏସ୍, ଯୋଗଦେଇ ପଞ୍ଚାୟତ ବିକାଶ ସୂଚକାଙ୍କ କିଭଳି ଭାବରେ ପ୍ରତି ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଳା ସ୍ତରରେ ଅନ୍ ଲାଇନରେ ଅପ୍ ଲୋଡ୍ କରିହେବ ସେ ବିଷୟରେ ବିଶଦ ସୂଚନା ଦେଇଥିଲେ l ଜିଲ୍ଲା ପରିଷଦ ଦ୍ବାରା ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସମସ୍ତ ବି ଡି ଓ, ଜିଲ୍ଳା ସ୍ତରୀୟ ଅଧିକାରୀ, ଲାଇନ୍ ବିଭାଗ ଅଧିକାରୀ, ସରପଞ୍ଚ, ପି ଇ ଓ ପ୍ରମୁଖ ଯୋଗ ଦେଇଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ନିର୍ଦ୍ଦେଶକ କହିଲେ ଯେ ପି ଏ ଆଇ ହେଉଛି ପଞ୍ଚାୟତ ବିକାଶ ଏବଂ ପ୍ରଗତିର ଆକଳନ କରିବା ର ଏକ ପ୍ରକୃଷ୍ଟ ମାଧ୍ୟମ l ଏଣୁ ସମସ୍ତ ପଞ୍ଚାୟତ ଏଥିରେ ନିର୍ଭୁଲ ଭାବରେ ଡାଟା ଏଣ୍ଟ୍ରି କରିବେ l ଏଥିରେ ଗରୀବି, ଶିକ୍ଷା, ସ୍ୱାସ୍ଥ୍ୟ ସ୍ଵଚ୍ଛତା, ସାମାଜିକ, ଆର୍ଥିକ, ଶିଶୁ ଏବଂ ମହିଳା ବିକାଶ ଭଳି ବିଭିନ୍ନ ପାରାମିଟର ରହିଥିବାରୁ ପ୍ରଗତି ର ସଠିକ ଆକଳନ ହୋଇ ପାରିଥାଏ lଏହି କାମରେ ସମସ୍ତେ ସହଯୋଗ କରବାକୁ ସେ ଅନୁରୋଧ କରିଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ବର୍ତ୍ତମାନ ନୂଆପଡ଼ା ଜିଲ୍ଳା ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପ୍ରଗତି କରୁଛି l ବିଭିନ୍ନ ଆକଳନ ରେ ଏହା ରାଜ୍ୟରେ ନିଜ ଅଗ୍ରଣୀ ସ୍ଥିତି ଜାହିର କରି ପାରିଛି l ପଞ୍ଚାୟତର ଡାଟା ଭଲ ରହିଲେ ବ୍ଲକର ଉନ୍ନତି ଜଣା ପଡିବ ଏବଂ ସାମଗ୍ରିକ ଭାବରେ ଜିଲ୍ଲାର ବିକାଶ ହେବ l ସରପଞ୍ଚ ତଥା ଲୋକ ପ୍ରତିନିଧି ମାନଙ୍କ ଏ କ୍ଷେତ୍ରରେ ଗୁରୁ ଦାୟିତ୍ବ ରହିଛି l ସମସ୍ତଙ୍କ ସହଯୋଗରେ ପ୍ରବାସୀ ଶ୍ରମିକ ସମସ୍ୟାକୁ ବହୁ ମାତ୍ରାରେ ପ୍ରଶାସନ ନିୟନ୍ତ୍ରଣ କରି ପାରିଛି l ଆମେ ସମସ୍ତେ ମିଶି ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲାରେ ପରିଣତ କରି ପାରିବା l ଶେଷରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ ଧନ୍ଯବାଦ ଅର୍ପଣ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






