ନୂଆପଡ଼ା ରେ ବନ୍ୟା ବିପର୍ଯ୍ୟୟ ପ୍ରସ୍ତୁତିକୁ ନେଇ ଜିଲ୍ଲା ସ୍ତରୀୟ ଟେବୁଲ ଟପ ବୈଠକ ଅନୁଷ୍ଠିତ

Jun 18, 2025 - 22:09
 0  4
ନୂଆପଡ଼ା ରେ ବନ୍ୟା ବିପର୍ଯ୍ୟୟ ପ୍ରସ୍ତୁତିକୁ ନେଇ ଜିଲ୍ଲା ସ୍ତରୀୟ ଟେବୁଲ ଟପ ବୈଠକ ଅନୁଷ୍ଠିତ

ନୂଆପଡ଼ା ରେ ବନ୍ୟା ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ଜିଲ୍ଲାସ୍ତରୀୟ ଟେବୁଲ ଟପ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ସେମାନଙ୍କ ବିଭାଗର ବନ୍ୟା ପୂର୍ବ, ବନ୍ୟା ସମୟ ଓ ବନ୍ୟା ପରର ପ୍ରସ୍ତୁତି ଉପରେ ବିଭାଗର ଦାୟିତ୍ୱ ଓ ପ୍ରସ୍ତୁତି ବର୍ଣ୍ଣନା କରିଥିଲେ। ପ୍ରାରମ୍ଭିକ ଅଭିଭାଷଣରେ ଶ୍ରୀଯୁକ୍ତ ରଇତ ବନ୍ୟା ଓ ବାତ୍ୟାର ପ୍ରକୋପ ଓ ଏହାର ପୂର୍ବ ପ୍ରସ୍ତୁତି କିପରି କରାହେବ, ଜିଲ୍ଲାରେ ଏହାକୁ କିଭଳି ସୁଚାରୁରୂପେ ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ଶ୍ରୀଯୁକ୍ତ ସୁଦେଶ କୁମାର ସେଠୀ ଆଶ୍ରୟ ସ୍ଥଳୀ ପରିଚାଳକ ବିଶେଷଜ୍ଞ ନିଜ ଅଭିଭାଷଣରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ କିପରି ବିଭିନ୍ନ ବିପର୍ଯ୍ୟୟକୁ ସୁଚାରୁରୂପେ ପରିଚାଳନାରେ ସକ୍ଷମ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ l ସାରା ବିଶ୍ୱରେ ଓଡିଶା ବିପର୍ଯ୍ୟୟ କତ୍ତୃପକ୍ଷ ସଂସ୍ଥା ଆପଦ ସୁପରିଚାଳନା ପାଇଁ କିଭଳି ଉଚ୍ଚ ପ୍ରଶଂସିତ ହୋଇଛି ତାହା ବର୍ଣ୍ଣନା କରିଥିଲେ l OSDMA ପ୍ରକଳ୍ପ ଅଧିକାରୀ ମହେନ୍ଦ୍ର କୁମାର ସ୍ଵାଇଁ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ କର୍ମଚାରୀ ଶ୍ରୀ ନିମେଷ ଧରୁଆ ଓ ଛତ୍ରପାଳ ସହଯୋଗ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ